Pratidin TV

Odisha's Digital News Platform

ପୁରୀ ପୋଲିସ କୁ ବଡ଼ ସଫଳତା ; ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ ର ୧୧ ଅପରାଧୀ ଙ୍କୁ ବାନ୍ଧିଲା

1 min read

ପୁରୀ ପୋଲିସ କୁ ବଡ଼ ସଫଳତା ମିଳିଛି । ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ସମାନ ଢଙ୍ଗ ରେ ଅପରାଧ ଘଟାଉ ଥିବା ୧୧ ଅପରାଧୀ ଙ୍କୁ ବାନ୍ଧିଲା ପୋଲିସ । ଏହି ଅପରାଧି ମାନେ ଜିଲ୍ଲା ଓ ଜିଲ୍ଲା ବାହାରେ ଅପରାଧ ଘଟାଉଥିଲେ । ପୋଲିସ ଏମାନଙ୍କ ଠାରୁ ୧୮ ଲକ୍ଷ ୧୬ ହଜାର ଟଙ୍କା ଜବତ କରିବା ସହ , ୪୬୨ ଗ୍ରାମ ସୁନା, ୫୬୬ ଗ୍ରାମ ରୁପା, ଜବତ କରିଛି ।

ଏଥିସହ ଏମାନଙ୍କ ଠାରୁ ୧୬ ଟି ଖଣ୍ଡା, ୨ଟି ବନ୍ଧୁକ,୧ ସ୍କପିଓ, ଗୋଟିଏ ବାଇକକୁ ମଧ୍ୟ ଜବତ କରିଛି ପୋଲିସ । ଗତ ୭ତାରିଖରେ ପିପିଲି ସରସ୍ଵତୀ ପୁର ଦକ୍ଷିଣ ସାହି ଚକ ଖରିଜା ସାହି ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ର ଙ୍କ ଘରୁ ଫିଲ୍ମ ଷ୍ଟାଇଲ ରେ ମରଣାତ୍ମକ ଆକ୍ରମଣ କରି ସୁନା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରୀ କରି ନେଇଥିଲେ ଦୁର୍ବୁତ୍ତ । ପୁଣି କିଛି ଦିନ ପରେ ସମାନ ଢଙ୍ଗ ରେ ଏହି ଅପରାଧୀ ମାନେ କୋଣାର୍କ ଓ ଅସ୍ତରଙ୍ଗ ରେ ଘରୁ ଲୁଟପାତ୍ କରିଥିଲେ ।

Advertisement

ବିଭିନ୍ନ ସୂତ୍ରରୁ ପୋଲିସ ଏମାନଙ୍କ ଗତିବିଧି ଉପରେ କଡା ନଜର ରଖିଥିଲା ବେଳେ ପୁରୀ ପୋଲିସ ର ସ୍ବତନ୍ତ୍ର ଟିମ ଜିଲ୍ଲା ର ବିଭିନ୍ନ ସ୍ଥାନ ଚଢ଼ାଉ କରି ଉକ୍ତ ଚୋରି ରେ ସମ୍ପୃକ୍ତ ୧୧ ଜଣ ଙ୍କୁ ଅପରାଧି ମାନଙ୍କୁ ଗିରଫ କରିଛି ।ବେଳେ ଏମାନଙ୍କ ଠାରୁ ଜବତ କରାଯାଇ ଥିବା ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଥିବା ବେଳେ ପିପିଲି ପୌରାଞ୍ଚଳ ର ଜନୈକ ବ୍ୟକ୍ତି ଙ୍କ ଘରୁ ବନ୍ଧୁକ, ଖଣ୍ତା, ଆଦି ଜବତ କରିଥିଲା ପୋଲିସ ।

ଏହାଛଡା ୭ଟି ବୋମା ମଧ୍ୟ ପୋଲିସ ଜବତ କରିଛି । ଗିରଫ ହୋଇ ଥିବା ଅପରାଧୀ ଙ୍କ ସହଯୋଗୀ ୩ଜଣଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ସୂଚନା ରହିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ମାମଲା ରହିଥିବା ବେଳେ ଦୁଇ ଜଣ ସୁନା କିଣୁ ଥିବା ଦୋକାନୀ ଙ୍କୁ ଗିରଫ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *