Pratidin TV

Odisha's Digital News Platform

୫ମ ପର୍ଯ୍ୟାୟରେ ପ୍ରକାଶ ପାଇଲା ବିଜେଡି ବିଧାୟକଙ୍କ ପ୍ରାର୍ଥୀ ତାଲିକା , ୨ ପ୍ରାର୍ଥୀଙ୍କୁ କରାଗଲା ଅଦଳବଦଳ ।

1 min read

ବିଜେଡି ଆଜି ୫ମ ପର୍ଯ୍ୟାୟରେ ଆଉ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହା ସହିତ ବିଜେଡି ମୋଟ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଗତଥର ଭଳି ନବୀନଙ୍କୁ ପଶ୍ଚିମ ଓଡ଼ିଶାର କଣ୍ଟାବାଂଜିରୁ ବିଜେଡି ପ୍ରାର୍ଥୀ କରି ପଶ୍ଚିମ ଓଡ଼ିଶା ଭୋଟକୁ ହାତେଇବାକୁ ଲକ୍ଷ୍ୟ ରଖିଛି।

ନବୀନଙ୍କ ଘୋଷଣା ଅନୁସାରେ ଜୟପୁରରୁ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, ସାନଖେମୁଣ୍ଡିରୁ ରାଣୀ ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ , ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତରିଆ, ଦେବଗଡ଼ରୁ ଅରୁନ୍ଧତି କୁମାରୀ ଦେବୀ, ନିମାପଡ଼ାରୁ ଦିଲୀପ କୁମାର ନାୟକ ଓ ଅନୁଗୁଳରୁ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ପତ୍ନୀ ସଙ୍ଗୀତା ସିଂଙ୍କୁ ଦଳ ପ୍ରାର୍ଥୀ କରିଛି।

Advertisement

କିନ୍ତୁ ଅନ୍ୟପଟେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ରେଢାଖୋଲ ଓ ସେଠାରେ ପ୍ରାର୍ଥୀ ଥିବା ରୋହିତ ପୂଜାରୀଙ୍କୁ ସମ୍ବଲପୁର ଆସନରୁ ଦଳ ପ୍ରାର୍ଥୀ କରିଛି । ତେବେ ଦଳର ସୁପ୍ରିମୋ ହିସାବରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଉଭୟ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀ । ରୋହିତ କହିଛନ୍ତି, ବିଧାନସଭା ନିର୍ବାଚନ କ୍ଷେତ୍ରର ଲୋକଙ୍କ ସହ ସବୁବେଳେ ସେ ରହିଆସିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଭୋଟର ତାଙ୍କୁ ନିଶ୍ଚୟ ସହଯୋଗ କରିବେ ବୋଲି ଦୃଢ ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *