Pratidin TV

Odisha's Digital News Platform

ମଫସଲର AC ବେଣାଚେର , ପାଣି ବାଜିଲେ ଦିଏ ଥଣ୍ଡା …

1 min read

କଟକ ; ସାରା ରାଜ୍ୟରେ ପାରଦ ବଢ଼ି ଚାଲିଥିବା ବେଳେ ନିସ୍ତାର ମିଳୁନି ସୂର‌୍ୟ୍ୟଙ୍କ ତାତି ରୁ । ଆଉ ଏହାରି ଭିତରେ ଦେଖିବାକୁ ମିଳୁନି ବେଣାଚେର । ଆଗେ ଘରେ ହେଉ ଅବା ଅଫିସରେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବହାର ହେଉଥିଲା ବେଣାଚେର । ଯାହାକୁ କୁହାଯାଏ ଶସ୍ତା ଏସି । ସେହିଭଳି ଖରା ଦିନ ଆସିଲେ ଖୋଜାପଡ଼େ ବିଞ୍ଚଣା ।

କିନ୍ତୁ ମହଙ୍ଗା ଯୁଗର ଅତ୍ୟାଧୁନିକ ଟେକ୍ନୋଲୋଜି ରେ ତିଆରି ଏସି ଆଗରେ ଫିକା ପଡ଼ିଯାଇଛନ୍ତି ଏହି ଦୁଇ ସାମଗ୍ରୀ । ଘର କିମ୍ବା ଅଫିସ୍ ଆଗରେ ଆଉ ନଜର ଆସୁନି ବେଣାଚେର ଝୁଲିବାର । ପୂର୍ବରୁ ପାଞ୍ଚ, ଦଶ ଟଙ୍କା ଏହାର ଗ୍ଦକ୍ତଙ୍କବକ୍ସର ଫିଟ୍ ଥିବାବେଳେ ବର୍ତ୍ତମାନ ଏହାର ଗ୍ଦକ୍ତଙ୍କବକ୍ସର ଫିଟ୍ ପହଞ୍ଚିଛି ୪୦ ରୁ ୫୦ ଟଙ୍କାରେ ।

Advertisement

ବେଣାଚେର ସାଧାରଣତଃ ଜଙ୍ଗଲରେ ମିଳେ । ଆଉ ଏହାକୁ ଆଦିବାସୀ ଅବା ଗଣ୍ଡା ସମ୍ପ୍ରଦାୟର ଲୋକେ ସଂଗ୍ରହ କରିଥାନ୍ତି । ଏହା ବିଶେଷ କରି ରେଢ଼ାଖୋଲ, ମୟୂରଭଞ୍ଜ, ବାରିପଦା, ସାତବାଟିଆ, ଆଦି ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବହୁ ମାତ୍ରାରେ ଦେଖିବାକୁ ମିଳେ । ଏବେ କିନ୍ତୁ ଏହି ବେଣାଚେର ଖୁବ୍ କମ୍ ମାତ୍ରାରେ ଆସୁଥିବାରୁ ଧିରେଧିରେ ଏହାର ଚାହିଦା ମଧ୍ୟ କମିବାରେ ଲାଗିଛି । କାହିଁକି ନା ଲୋକେ ଆଉ ପରିଶ୍ରମ କରିବାକୁ ନାରାଜ୍ । ଏହାକୁ ଆଣି ଏହାର ଚେର ବାହାର କରି, ୟାକୁ ପ୍ରସ୍ତୁତ କରିବା କାଠିକର ପାଠ । ଯେଉଁଥିପାଇଁ ଏହି ଶସ୍ତା ଏସି କୁ ଲୋକେ ଭୁଲି ଏବେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ପ୍ରସ୍ତୁତ ନାମୀଦାମୀ କମ୍ପାନୀର ଏସି କୁ ବେଶ୍ ପସନ୍ଦ କରୁଛନ୍ତି । ଏପଟେ କିନ୍ତୁ ବେଣାଚେର ବୁଣାଳି କୁହନ୍ତି ଘରେ ବେଣାଚେର ରହିଲେ ତାହା ଔଷଧୀୟ ଗୁଣ ଦେଖାଇଥାଏ । ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ କୁ ନିୟନ୍ତ୍ରିତ କରି ରଖିଥାଏ ଏହି ବେଣାଚେର ।

ଶସ୍ତା ଏସି ବେଣାଚେର ସାଙ୍ଗରେ ସେତେବେଳେ ମଧ୍ୟ ଚାହିଦା ଥିଲା ବିଞ୍ଚଣାର । କରେଣ୍ଟ ଚାଲିଗଲେ ଗମ୍ ଗମ୍ ଝାଳକୁ ଶୁଖାଇବା ପାଇଁ ଦରକାର ପଡ଼େ ବିଞ୍ଚଣା । ଖାସ୍ କରି ସହରୀ, ବଜାର ରେ ଆଉ କେହି ବୁଣୁ ନାହାଁନ୍ତି ବିଞ୍ଚଣା । ରେଡିମେଟ୍ କପଡ଼ା ପରି ରାଜ୍ୟରେ ସ୍ଥାନରୁ ଆମଦାନୀ ହେଉଛି ରେଡିମେଟ ବିଞ୍ଚଣା । ଆଉ ଏହି ରେଡିମେଟ ବିଞ୍ଚଣା ବଜାରରେ ୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି । କାହିଁକି ନା ବିଞ୍ଚଣା ପାଇଁ ଲାଗୁଥିବା ବାଉଁଶ ଆଉ ସେତେଟା ମିଳୁନାହିଁ । ଯାହା ଫଳରେ ଉଭୟ ସମୟ ଓ ସାମଗ୍ରୀ ସଠିକ୍ ଭାବରେ ମିଳୁ ନଥିବାରୁ ବଜରରେ ପର‌୍ୟ୍ୟାପ୍ତ ପରିମାଣରେ ରେଡିମେଟ ବିଞ୍ଚଣା ମିଳୁଚି ।

ଅନ୍ୟପଟେ ବେଣାଚେର କିଣିବାକୁ ଆସିଥିବା ଗ୍ରାହକ କୁହନ୍ତି ଆଗରୁ ବେଣାଚେର ର ବେଶ୍ ଚାହିଦା ଥିଲା କିନ୍ତୁ ଏବେ ତାହା ଲୋପ୍ ପାଇବାକୁ ବସିଲାଣି । ଘର ସମ୍ମୁଖରେ ଯେଉଁସବୁ ବେଣାଚେର ଲାଗୁଥିଲା ଏସି ଆସିବା ପରେ ଆଉ କେହି ବେଣାଚେର ଲଗାଇବାକୁ ପସନ୍ଦ କରୁନାହାଁନ୍ତି । ସେହିଭଳି ହାତ ପବନ କୁହାଯାଉଥିବା ବିଞ୍ଚଣା ର ଦାମ୍ ଆଗରୁ ୫ ରୁ ୧୦ ଟଙ୍କା ଥିବାବେଳେ ଏବେ ୨୫ ରୁ ୩୦ ଟଙ୍କା ହୋଇଯାଇଛି । ଆଧୁନିକର ଯୁଗର ଏସିର ରହିଛି ବେଶ୍ ଚାହିଦା କିନ୍ତୁ ତାହା ଶରୀର ପାଇଁ କ୍ଷତିକାରକ । ହେଲେ ପୂରାତନ ଯୁଗର ଶସ୍ତା ଏସି ବେଣାଚେର ର ନାହିଁ ଆଉ ସେତେ ଚାହିଦା କିନ୍ତୁ ତାହା ଶରୀରକୁ ଯୋଗାଏ ଔଷଧୀୟ ଗୁଣ ।

Leave a Reply

Your email address will not be published. Required fields are marked *