Pratidin TV

Odisha's Digital News Platform

ରାଜଧାନୀ ଦିଲ୍ଲୀରେ ଆଖିବୁଜି ଗୁଳିବର୍ଷା…. ବିଚ ରାସ୍ତାରେ ଟଳିପଡିଲେ କାର୍ଯ୍ୟରତ ASI

1 min read

ରାଜଧାନୀ ଦିଲ୍ଲୀରେ ଗୁଳିର ବର୍ଷା | ଏପରି ଘଟଣା ଦିଲ୍ଲୀର ମିତ ନଗର ଫ୍ଲାଏ ଓଭରରେ ଘଟିଛି | ଫ୍ଲାଏ ଓଭରରେ ଘନ ଘନ ଗୁଳି ମାଡ଼ | ଗୁଳିମାଡରେ ଟଳିପଡିଲେ ASI ଅଧିକାରୀ | ସେହିପରି ଆଉ ଜଣେ ମଧ୍ୟ ହେଲେ ଏହି ଗୁଳିମାଡ଼ରେ ଆହତ | ପରେ ନିଜକୁ ଗୁଳି କରି କଲେ ଆତ୍ମହତ୍ୟା |

ତେବେ ସୂଚନାନୁସାରେ, ଦିଲ୍ଲୀ ମିତ ନଗର ସ୍ଥିତ ଫ୍ଲାଏ ଓଭର ଉପରେ ଗତକାଲି ତଥା ମଙ୍ଗଳବାର ଦିନ ପ୍ରାୟ ୧୧ଟା ୪୫ ସମୟରେ ହୋଇଥିଲା ଗୁଳିମାଡ଼ | ବ୍ୟସ୍ତ ବହୁଳ ରାସ୍ତା ମଝିରେ ଦିଲ୍ଲୀ ପୋଲିସରେ କାର୍ଯ୍ୟରତ ASI ଅଧିକାରୀ ବାଇକରେ ଯାଉଥିବା ସମୟରେ ଛାତିରେ ବାଜିଲା ଗୁଳି | ରାସ୍ତା ମଝିରେ ଟଳିପଡିଲେ ଅଧିକାରୀ | ତୁରନ୍ତ ତାଙ୍କୁ ନିଆଯାଇଥିଲା ମେଡିକାଲ | ହେଲେ ତାଙ୍କର ସେଠାରେ ହୋଇଥିଲା ମୃତ୍ୟୁ|ସେହପରି ଜଣେ ସ୍କୁଟିରେ ଆସୁଥିବା ୩0 ବର୍ଷୀୟ ଅମିତ କୁମାର ନାମକ ବ୍ୟକ୍ତିଙ୍କୁ ମଧ୍ୟ ଲାଗିଥିଲା ଗୁଳି | ଏଥିରେ ହୋଇଥିଲେ ଆହତ |

Advertisement

ତେବେ ୨ ଜଣଙ୍କୁ ଉପରେ ଗୁଳି ମାଡ଼ କରିଥିବା ଅଭିଯୁକ୍ତ ଜଣକ ହେଲେ ୪୪ ବର୍ଷୀୟ ମୁକେଶ କୁମାର। ସେ ଏପରି କାଣ୍ଡ ଘଟାଇବା ପରେ ଜୋରଜବରଦସ୍ତି ଅଟୋରେ ବସିଥିଲେ | ହେଲେ ଅଟୋ ଚାଲାକ ଜଣକ ତାଙ୍କୁ ବିରୋଧ କରିଥିଲେ | ଏବଂ ତାଙ୍କୁ ବସାଇବାକୁ ମନା କରିଦେଇଥିଲେ | ଏବଂ ଅଭିଯୁକ୍ତ ଜଣକ ଅଟୋ ଚାଳକ ଉପରେ ମଧ୍ୟ କରିଥିଲେ ଗୁଳି ମାଡ଼ | ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ ଅଟୋ ଚାଳକ | ପରେ ଅଭିଯୁକ୍ତ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ କୁହାଯାଉଛି |

ପୋଲସ ଘଟଣାସ୍ଥଳରେ ପହଞ୍ଚି ଅଟୋରୁ ୭.୬୫ ଏମଏମ୍‌ର ଏକ ବନ୍ଧୁକ ଜବତ କରିଥିଲା । ଏବଂ ଫ୍ଲାଏ ଓଭର ଉପରୁ ଅନେକ ଜୀବନ୍ତ ଗୁଳି କରିଥିଲା ଉଦ୍ଧାର | ତେବେ ଅଭିଯୁକ୍ତ ମୁକେଶ ଏପରି ଘଟଣା କରିବାର କାରଣ ତାହା ଜଣାପଡ଼ିନାହିଁ | ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ |

Leave a Reply

Your email address will not be published. Required fields are marked *