Pratidin TV

Odisha's Digital News Platform

ଏଥର କୋର୍ଟ ରୁମ୍ ନୁହେଁ , ପ୍ରଚାର ମୈଦାନରେ ମୁହାଁମୁହିଁ ହେବେ ବର୍ଷା -ଅନୁଭବ ..

1 min read

ଏଥର ରୋମାଞ୍ଚକର ହେବ ନିର୍ବାଚନ । ପ୍ରଚାର ମଇଦାନରେ ଦେଖିବାକୁ ମିଳିବ ହାଇଭୋଲଟେଜ ଫ୍ୟାମିଲ ଡ୍ରାମା । କାରଣ ଏବେ ନିର୍ବାଚନରେ ଦେଖିବାକୁ ମିଳିବ ବର୍ଷା ଅନୁଭବ ପାଇଟ୍ । ଏଥର କାଠଗଡା ଭିତରେ ନିହେଁ ସିଧା ମଇଦାନରେ ମୁହାଁମୁହିଁ ଲଢିବେ ବର୍ଷା ଅନୁଭବ । ହାତରେ ଦଳୀୟ ପତାକା ଧରି ରାଜନୀତିର ଯୁଦ୍ଧ ଲଢିବାକୁ ଆଜିଠୁ ପ୍ରସ୍ତୁତ ହୋଇଗଲେଣି ଉଭୟ । ଆଉ ଏଥର ଲଢେଇ ଦୁହେଁ ଦୁହିଁଙ୍କ ପାଇଁ ପଡିଯିବେ ଭାରୀ । ଏଥର କୋର୍ଟ ରୁମ୍ ରେ ନୁହେଁ ସିଧା ପ୍ରଚାର ମଇଦାନରେ ହେବୁ ସବୁ ଫଇସାଲା । ପାରିବାରିକ ବିବାଦ ପରେ ଏବେ ରାଜନୀତି ମଇଦାନରେ ସାରା ଓଡିଶା ଦେଖିବ ବର୍ଷା ଅନୁଭବ ଫାଇଟ୍ । ଏଥକୁ ଦଳକୁ ଜିତେଇବା ପାଇଁ ଦୁହେଁ କରିବେ ମାଷ୍ଟର ପ୍ଲାନ । କିଛିଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ୱାମୀ ଅନୁଭବ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଜି ଶଙ୍ଖ ଭବନ ଆସି ବିଜେଡିରେ ବିଦ୍ଧବଦ୍ଧ ଭାବେ ସାମିଲ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ ।

ଉଭୟ ଯୋଡ଼ି ଗତ ୪ ବର୍ଷରୁ ନିଜ ପାରିବାରିକ ବିବାଦକୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି । କୋର୍ଟର କାଠଗଡ଼ାରେ ବାରମ୍ବାର ଆମନା ସାମନା ହୋଇସାରିଛନ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଏଥର ଲଢେଇ ନିଜ ପାଇଁ ନୁହେଁ, ବରଂ ନିଜ ଦଳକୁ ଜିତାଇବା ପାଇଁ ମୁହାଁମୁହିଁ ହେବେ ଏହି ଦୁଇ ଷ୍ଟାର । ତେବେ ବିଜେପିରେ ସାମିଲ ହେବା ପରେ ମଧ୍ୟ ବିଜେପି ଅନୁଭବ ମହାନ୍ତିଙ୍କୁ ଟିକେଟ ଦେଇନି । ତେବେ ବର୍ଷା ନିର୍ବାଚନ ଲଢିବେ କି ନାହିଁ ତାହା ବର୍ତ୍ତମାନ ପ ର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ତେଣୁ ଏସବୁକୁ ଦେଖିବା ପରେ ଅନୁମାନ କରାଯାଉଛି ଯେ ଏଥର ଅନୁଭବ ଏବଂ ବର୍ଷା ନିଜ ନିଜ ଦଳ ପାଇଁ କେବଳ ଷ୍ଟାର ପ୍ରଚାରକ ଦାୟିତ୍ୱ ତୁଲାଇପାରନ୍ତି । ଏମିତି ହେଲେ ଉଭୟ ଷ୍ଟାରଙ୍କୁ କଟକରୁ ନିର୍ବାଚନୀ ପ୍ରଚାର କରୁଥିବାର ଦେଖିବାକୁ ମିଳିବ । ଏହା ଅନୁମାନ କରି ସାରା ଓଡିଶାବାସୀ କହୁଛନ୍ତି ତେଣୁ ପୁଣିଥରେ ଗୋଟିଏ ମଇଦାନରେ ଏକାଠି ହେବେ ବର୍ଷା ଅନୁଭବ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ରାଜନୀତିରେ କେଉଁ ରୂପ ନେବ ବର୍ଷା -ଅନୁଭବ ଫାଇଟ୍ । ଏଥର କିଏ ମାରିବ ବାଜି? ଏ ନେଇ ରାଜନୀତି ସମୀକ୍ଷକଙ୍କ ଠାରୁ ଜନତା ସମସ୍ତଙ୍କର ରହିଛି ନଜର ।

Advertisement

Leave a Reply

Your email address will not be published. Required fields are marked *