Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି : ସବୁ ସରକାରୀ ଅଫିସ୍‌ରେ ଚାଲିବ ବ୍ୟାଟେରୀ ଚାଳିତ ଗାଡି

1 min read

ଭୁବନେଶ୍ୱର : ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ନେଲେ ବଡ ନିଷ୍ପତି । ଏଣିକି ସବୁ ସରକାରୀ ଅଫିସରୁ ହଟିବ ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡି । ଏବେଠୁ ଚାଲିବ ବ୍ୟାଟେରୀ/ବିଦ୍ୟୁତ ଚାଳିତ ଗାଡି । ସମସ୍ତ ମନ୍ତ୍ରୀ , ଅଧିକାରୀ ଏବଂ ସରକାରୀ କର୍ମଚାରୀମାନେ ବିଦ୍ୟୁତ ଚାଳିତ ଯାନ ବ୍ୟବହାର କରିବେ । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି ।

କଟକ ଏବଂ ଭୁବନେଶ୍ୱର ଯାନବାହନ ଚଲାଚଳର ଅଧିକ ବ୍ୟବହାର ହେଉଛି । ତେଣୁ ସରକାରୀ ଅଫିସରେ କିଛି ପରିମାନରେ ଇଲେକ୍ଟ୍ରିକ ଗାଡି ବ୍ୟବହାର କରିବାକୁ ଚିନ୍ତା କରାଯାଇଛି । ସହରର ପ୍ରତି ଅଫିସରେ କିଛି ପେଟ୍ରୋଲ ଓ ଡିଜେଲ ଗାଡି ଭଡାରେ ଚାଲୁଛି । ଏହାକୁ ବଦଲାଇକି ବ୍ୟାଟେରୀ ଗାଡି ଚଳାଯିବ । ଭୁବନେଶ୍ୱରରରେ ଏବେ ଇ ବସ୍ ମଧ୍ୟ ଚାଲିଲାଣି । ଯାହା ଦ୍ୱାରା ରାଜ୍ୟରେ ପରିବେଶ ପ୍ରଦୂଷଣ ମଧ୍ୟ ଅନେକ ପରିମାଣରେ ରୋକାଯାଇପାରିବ ।

Advertisement

ଆଗକୁ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନଗୁଡିକୁ ଧିରେ ଧିରେ ହ୍ରାସ କରାଯାଇ ଏହି ବ୍ୟାଟେରୀ ଯାନ କୁ ଅଧିକ ମାତ୍ରାରେ ଚଲାଇବାକୁ ସରକାର ଏକ ଉଚ୍ଚସ୍ତରୀୟ ବୈଠକରେ ଚିନ୍ତା କରିଛନ୍ତି । ଯଥା ସମ୍ଭବ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶୁଣିବାକୁ ମିଳୁଛି । ତେବେ ରାଜ୍ୟରେ ଏବେ ଅନେକ ଦୁଇଚକିଆ ବ୍ୟାଟେରୀ ସ୍କୁଟି ଚାଳିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *