Pratidin TV

Odisha's Digital News Platform

ଗାଧୋଇବାକୁ ଆସି ଗଣ୍ଡରେ ହାତ ଧରାଧରି ହୋଇ ବୁଡ଼ିଗଲେ ଦୁଇ ଭାଇ…

1 min read

ମାଆ କାନ୍ଦି କାନ୍ଦି କହୁଛି ମୋ ପୁଅକୁ ଫେରେଇ ଆଣ । ବାପା କହୁଛି ମୋ ପୁଅ ଦିଟା ପାଣି ଭିତରେ କୁଆଡେ ହଜି ଗଲେ ମୁଁ ଖୋଜି ପାଉନି । ଆଜି ଖରୋସ୍ରୋତା ନଦୀ ଗୋଟାଏ ପରିବାରକୁ ଉଚ୍ଛନ୍ନ କରିଦେଇଛି । କେତେ ଖୁସିରେ ଦୁଇ ଭାଇ ହାତ ଧରାଧରି ହୋଇ ଗାଧୋଇବାକୁ ଯାଇଥିଲେ ହେଲେ ଆଉ ଫେରିଲେନି । ଯେଉଁ ଘର ହସ ଖୁସିରେ ଫାଟି ପଡୁଥିଲା ସେହି ଘର ଆଜି କାନ୍ଦବୋବାଳି ହୁରି ପଡିଛି । ଆଜି ସାମାନ୍ୟ ଅସବାଧାନତା ସାମାନ୍ୟ ଅସାବଧାନତା ଆମକୁ ଅନ୍ଧକାର କୁ ଟାଣି ନିଏ । ଯାହା ଆଜି ଘଟିଯାଇଛି । ସୂଚନାନୁଯାୟୀ ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋକଡିଆ ରେ, ଖରସ୍ରୋତା ନଦୀ କୁ ଗାଧୋଇବାକୁ ଯାଇଥିଲେ ବ୍ୟାସନଗର ସପଗଡିଆ ର ଦୁଇଭାଇ ସାସ୍ୱତ ସ୍ୱାଇଁ ସ୍ୱତିକ ସ୍ୱାଇଁ ।

ଦୁହେଁ କଥାବାର୍ତ୍ତା ହୋଇ ଫେରୋକ୍ରୋମ କଲୋନୀ ଠାରୁ ନଦୀ ପଠାକୁ ଖରାଦିନ ପାଇଁ ଗାଧୋଇବାକୁ ଆସିଲେ । ପାଣି ର ମଜା ନେଉ ନେଉ ହଠାତ୍ ଭଉଁରୀକୁ ଚାଲିଗଲା ସାନ ଭାଈ ବଡ ଭାଇ ସାନ ଭାଇ କୁ ବଞ୍ଚାଇବା କୁ ଯାଇ ସେ ମଧ୍ୟ ଭଉଁରି କୁ ଚାଲି ଗଲା । ଗଭୀର ଗଣ୍ଡ ରେ ଦୁଇ ଭାଇ ଏବେ ନିଖୋଜ । ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ମଧ୍ୟ ଖୋଜୁଛନ୍ତି । ସେପଟେ ନିରୀହ ରୋଗିଣା ମା ପୁଅ ଫେରିବା ବାଟକୁ ଚାହିଁ ବସିଛି । ମା ପୁଣି ଏବେ ରୋଗରୁ ଚିକିତ୍ସା ହୋଇ ମେଡିକାଲ୍ ରୁ ଘରକୁ ଫେରିଛନ୍ତି । ଆଖି ଅଗରେ ଦୁଇଟା ବଢ଼ିଲା ପୁଅର ଜୀବନ କୁ ନେଇ ବାପା ନଦୀ ପଠା ରେ ତୁନି ଧରି ରହି ପାରୁନଥିବା ବେଳେ ସେପଟେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଓ ସାଙ୍ଗସାଥୀ କ୍ଷ । ଘରେ ମା ଛାତି ଫଟାଇ କାନ୍ଦୁଛି ।

Advertisement

Leave a Reply

Your email address will not be published. Required fields are marked *