Pratidin TV

Odisha's Digital News Platform

ମାମୁଁଘର ପୋଖରୀରେ ଜଗି ବସିଥିଲା ଯମ , ଉଡିଗଲା ରୁଦ୍ରର ପ୍ରାଣବାୟୁ ..

1 min read

ଏପଟେ ବାଜୁଥିଲା ଘଂଟ ଶଙ୍ଖ ବାଦ୍ୟ , ଚାଲିଥିଲା ପଟୁାରରେ କଳସ ବିସର୍ଜନ । ଆଉ ସେହି ପଟୁଆରରେ ଗ୍ରାମବାସୀଙ୍କ ସହ ପୋଖରୀକୁ ଯାଇ ପ୍ରାଣ ହରାଇଲା କୁନିବାଳକ ରୁଦ୍ର । ଆଜି ସେହି କଳ ବିସର୍ଜନ ନେଇଗଲା ରୁଦ୍ରର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିକାଛିଡ଼ା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଗାଁରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ୧୧ ତାରିଖ ରୁ ଆରମ୍ଭ ହୋଇ ଆଜି ଏହାର ପୂର୍ଣ୍ଣାହୂତି ଦିଆଯାଇଛି । ପୂର୍ଣ୍ଣାହୁତି ବେଳେ ଘଂଟ ଶଙ୍ଖ, ହରିବୋଲ ହୁଳହୁଳି ସହ ଗ୍ରାମବାସୀ ଏକ ଶୋଭାଯାତ୍ରାରେ କଳସ ବିସର୍ଜନ ପାଇଁ ଗାଁର ପୋଖରୀକୁ ଯାଇଥିଲେ ।

କଳସ ବିସର୍ଜନ ସାରି ପୋଖରୀରୁ ଫେରିବାର ପ୍ରାୟ ଅଧ ଘଂଟା ପରେ ୭ ବର୍ଷର କୁନି ବାଳକ ରୁଦ୍ର ନଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ଏହାପରେ ଖୋଜାଖୋଜି କରି ପୋଖରୀକୁ ମଧ୍ୟ ଖୋଜିବାକୁ ସେମାନେ ପହଂଚିଥିଲେ । ପୋଖରୀରେ ରୁଦ୍ର ବୁଡ଼ି ଯାଇଥିବା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣିଥିଲେ । ହସ୍‌ପିଟାଲ୍‌ରେ ଡାକ୍ତର କୁନି ବାଳକ ରୁଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଡୁବ୍‌ଲା ଗାଁ ରୁ ମାମୁଁଘର ଶିକା ଛିଡ଼ାକୁ ଆସିଥିଲେ ମୃତକ ରୁଦ୍ର । କୁନି ବାଳକ ରୁଦ୍ରଙ୍କ ଅକାଳ ମୃତ୍ୟୁରେ ଶିକାଛିଡ଼ା ଗାଁ ତଥା ଆଖପାଖ ଅଂଚଳ ସ୍ତବ୍ଧ ହୋଇଯାଇଛି । ଶିକାଛିଡ଼ା ଗାଁ କାନ୍ଦବୋବାଳିରେ ଫାଟି ପଡ଼ୁଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *