Pratidin TV

Odisha's Digital News Platform

ଫୋନ ରେକର୍ଡ଼ିଂକୁ ନେଇ ଆରମ୍ଭ ହେଲା ଝଗଡା……ପରେ ମିଳିଲା ଝୁଲନ୍ତା ଅବସ୍ଥାରେ ଯୁବକ

1 min read

ସ୍ୱାମୀ ମରିବା ୫ ବର୍ଷ ପରେ ଅନ୍ୟ ପୁରୁଷ ସହ ଫୋନରେ ଯୋଗାଯୋଗ ହୋଇ ବର୍ଷେ ହେଲା ଲିଭିଂ ରେ ରହି ଆସୁଥିଲେ | ପରେ ଭୁବନେଶ୍ୱରରେ ଏକ ମନ୍ଦିରରେ ବିବାହ କରିଥିଲୁ ବୋଲି ମହିଳା ଜଣଙ୍କ କହିଥିଲେ | ପରେ ଫୋନରେ ଅନ୍ୟ କାହା ସହ କଥା ହେବାର ସନ୍ଦେହ କରି ଫୋନକୁ ରେକର୍ଡ ମୋଡ଼ରେ ରଖିଥିଲେ | ପରେ ମହିଳା ଜଣଙ୍କ ରେକର୍ଡିଙ୍ଗ ବନ୍ଦ କରିବାକୁ କହିବାରୁ ପୁରୁଷ ବନ୍ଧୁ ଜଣକ ମୋବଇଲ ଭାଙ୍ଗିଦେଇଥିଲେ | ପରେ ଉଗ୍ର ରୂପ ନେଇ ଥିଲା ଏହି ମୋବଇଲ ଘଟଣା |

ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଆଲାରପୁର ଗ୍ରାମରେ | ସୂଚନା ମୁତାବକ ଆଜି ଦିନ ୧.୩0 ମିନିଟ ସମୟରେ ୨ ଜଣଙ୍କ ଝଗଡା ପରେ ସ୍ତ୍ରୀର ନାକରେ ଆଘାତ ଲାଗିବାରୁ ସେ ଘରୁ ବାହାରକୁ ପଳେଇ ଆସିଥିଲେ | କିଛି ସମୟ ଘରକୁ ଯାଇ ଦେଖିଲାବେଳକୁ ଘରେ କବାଟ ଥିଲା ବନ୍ଦ | କିଛି ଲୋକଙ୍କ ସାହାଯ୍ୟରେ ତାଲା ଭାଙ୍ଗି ଦେଖିବାରୁ ରୋଷଇ ଘରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ଯୁବକ ଜଣକ | ପରେ କିଛି ଲୋକ ମିଶି ତାଙ୍କୁ ଝୁଲୁଥିବା ଅବସ୍ଥାରୁ ତଳକୁ ଆଣିଥିଲେ | ତା ପରେ ତାଙ୍କୁ ଜଳେଶ୍ୱର ମେଡିକାଲ ଆଣିବାରୁ ସେ ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ | ତେବେ ଯୁବକ ଜଣକ ଘର ଗଞ୍ଜାମ ଜିଲ୍ଲା ବରହମପୁର ହୋଇଥିବା ବେଳେ ଏଭଳି ସନ୍ଦେହଜନକ ମୃତ୍ୟୁ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ | ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି |

Advertisement

Leave a Reply

Your email address will not be published. Required fields are marked *