Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ୨୦୨୪ କ୍ରେଜ୍ , ଭୋଟ ଦେବା ପାଇଁ ଏକା ସାଙ୍ଗରେ ନଜର ଆସିଲେ ୩ ପିଢୀ ।

1 min read

ଲୋକସଭା ନିର୍ବାଚନ ୨୦୨୪ ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଇଭ୍ ଅପଡେଟ୍: ଆଜି ଏପ୍ରିଲ୍ ୧୯ ରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ବିଧାନସଭା ଆସନରେ ମତଦାନ ଚାଲିଛି। ମତଦାନ ସକାଳ ୭ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟାରେ ଶେଷ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକମାନଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ।

ଏହା ଭିତରେଦେଶର ବିଭିନ୍ନ ସ୍ଥାନରେ ଆଶ୍ଚର୍ଯ୍ୟାଜନକ ଉତ୍ସାହ ଦେଖିବାକୁ ମିଳୁଛି । ଗୋଟେ ପଟେ ଉତ୍ତରାଖଣ୍ଡରେ ବରକନ୍ୟା ବେଦୀରୁ ସିଧା ଭୋଟ ଦେବାକୁ ପୁଲିଂ ବୁଥରେ ପହଞ୍ଚିଥିବା ବେଳେ ଅନ୍ୟପଟେ ଉତ୍ତରପ୍ରଦେଶରେ ରାଜଧାନୀ ଦେହରାଡୁନର ଏକ ପରିବାରର ୩ ପିଢୀ ମଧ୍ୟ ଭୋଟ ଦେବାକୁ ପହଞ୍ଚିଥିଲେ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ଏହି ପରିବାରର ଫଟୋ ସୋସିଆଲ ମିିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଫଟୋରେ ବୃଦ୍ଧ ଜେଜେମା ପ୍ରଭାସ ଶର୍ମା , ଝିଅ ଅପ୍ରୀତି କୌଶିକ ଏବଂ ନାତୁଣୀ ଶମିତା କୌଶିକ ଏବଂ ସାକ୍ସି କୌଶିକ ଏକ ମଦଦାନ ବୁଥରେ ଏକାଠି ଭୋଟ ଦେଇଥିଲେ ।

Leave a Reply

Your email address will not be published. Required fields are marked *