Pratidin TV

Odisha's Digital News Platform

ଗାନ୍ଧିନଗରରେ ନାମାଙ୍କନ ଦାଖଲ କଲେ ଅମିତ ଶାହା….ମେ ୭ରେ ହେବ ଭୋଟିଂ

1 min read

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଜେପିର ପାରମ୍ପାରିକ ଗାନ୍ଧିନଗର ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗାନ୍ଧିନଗର ଆସନ ପାଇଁ ଭୋଟ୍ ଆସନ୍ତା ୭ ତାରିଖରେ ୩ୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପରେ ଅମିତ ଶାହା କହିଥିଲେ ଯେ ଲାଲ କୃଷ୍ଣ ଆଡଭାନୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିନିଧିତ୍ୱ କରୁଥିବା ଆସନକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଲୋକଙ୍କ ପାଇଁ ବହୁତ କାମ କରିଛନ୍ତି।  

ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସମେତ ବହୁ ସଂଖ୍ୟାରେ ବିଜେପି ନେତା ଆଜି ଶାହଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ଏକ ବିଶାଳ ରାଲି ବାହାର କରି ନାମାଙ୍କନ ଦାଖଲ କରିଥିଲେ ଅମିତ ଶାହା | ତେବେ ଏହି ଆସନରେ ଅମିତ ଶାହାଙ୍କ ସହ ସୋନଲ ପଟେଲଙ୍କ ସହ ଲଢ଼ିବେ | ଗାନ୍ଧିନଗରରେ ଅମିତ ଶାହା ୨ୟ ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତ୍ତି ପ୍ରଥମ ଥର ୨୦୧୯ରେ ଗାନ୍ଧିନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ |

Advertisement

Leave a Reply

Your email address will not be published. Required fields are marked *