Pratidin TV

Odisha's Digital News Platform

ରାଜନୀତି କରିବେ ନିଶା ମହାରଣା! ଗଣମାଧ୍ୟମ ଆଗରେ ଦେଲେ ବଡ ବୟାନ ..

1 min read

ସାରା ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ହେଉଛି ନିଶା ମହାରଣା । ଅଭିନେତ୍ରୀ ନିଶା ମହାରଣାଙ୍କୁ କିଏବା ନ ଜାଣେ । ଆଇଟମ ଗାର୍ଲ ନିଶା ମହାରଣାଙ୍କ ଆଇଟମ୍ ଡାନ୍ସ ଦେଖିବା ପାଇଁ ଦର୍ଶକ ପାଗଳ ପ୍ରାୟ । ନିଶାଙ୍କ ହଟ୍ ଜଲୱା ଦର୍ଶକଙ୍କ ମନ କିଣେ । କେବେଳ ହଟ୍ ନେସ୍ ପାଇଁ ନୁହେଁ । ବରଂ ସେ ନିଜ ବିବାଦୀୟ ବୟାନ ପାଇଁ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । ତେବେ,ଏହାରି ଭିତରେ ନିଶା ନିଜ ମନର କଥା କହିଛନ୍ତି । ଏବେ ସେ ଅଭିନୟ ଜଗତରୁ ସିଧା ରାଜନୀତି ମୈଦାନକୁ ଓହ୍ଲାଇବେ ।

ଏବଂ କଂଗ୍ରେସ ଭବନରେ ତାଙ୍କ ସହ ହୋଇଥିବା ଅପମାନର ଗୋଟି ଗୋଟି ର ପ୍ରତିଶୋଧ ନେବେ । ଗଣମାଧ୍ୟମ ଆଗରେ ଏଭଳି କିଛି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଓଡିଶାର ସନି ଲିଓନ କୁହାଯାଉଥିବା ନିଶା ମହାରଣା । ସେ କହିଛନ୍ତି ସାଢେ ଚାରିକୋଟି ଓଡିଆ ଯଦି ଚାହିଁବେ ତାହେଲେ ମୁଁ ତାଙ୍କ ପାଇଁ ରାଜନୀତି କୁ ଓହ୍ଲାଇ ସମସ୍ତଙ୍କ ସେବା କରିବି । ତେବେ ସେ କଂଗ୍ରେସକୁ ବୟକଟ କରିଥିବା କହିଛନ୍ତି । ସେ କେଉଁ ଦଳ ରାଜନୀତିରେ ପ୍ରବେଶ କରିବେ ତାହା ଜଣା ପଡିନାହିଁ । ଦେଖିବାକୁ ବାକି ରହିଲେ କେବେ ରାଜନୀତିରେ ପ୍ରବେଶ କରିବେ ନିଶା । ତାହା ଉପରେ ରହିଛି ସମସ୍ତଙ୍କର ନଜର ।

Advertisement

Leave a Reply

Your email address will not be published. Required fields are marked *