Pratidin TV

Odisha's Digital News Platform

ଅଫିସିଆଲ କାମ କରିବା ପାଇଁ ଲାଞ୍ଚ ମାଗି ଗିରଫ ହେଲେ ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ

ବୌଦ୍ଧ ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ | ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନାଲି ହାତରେ ଧରିଲା ବୌଦ୍ଧ ଭିଜିଲାନ୍ସ।

ସୂଚନା ମୁତାବକ ଶିକ୍ଷୟତ୍ରୀ ଅନୁଷୟା ନାୟକଙ୍କ ପ୍ରୋସିଡ଼ିଙ୍ଗ ଫାଇଲ କ୍ଲିଅର କରିବା ପାଇଁ ୪୦ ହଜାର ଟଙ୍କା ଡିମାଣ୍ଡ କରୁଥିବାରୁ ସେ ବୌଦ୍ଧ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଶିକ୍ଷୟତ୍ରୀ ଜଣଙ୍କ ଆଜି କିରାଣୀ ରବିନାରାୟଣ ପାଢ଼ୀଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଧରିଲା ବୌଦ୍ଧ ଭିଜିଲାନ୍ସ। ଏହା ପରେ ଭିଜିଲାନ୍ସ ବିଭାଗ ରବିନାରାୟଣଙ୍କ ବୁଟୁପାଲିସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉରେ ବୌଦ୍ଧ ଭିଜିଲାନ୍ସ ଟିମ ସାମିଲ ରହିଛନ୍ତି।

Leave a Reply

Your email address will not be published. Required fields are marked *