Pratidin TV

Odisha's Digital News Platform

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ରାଜ୍ୟରେ ୨ ଦିନ ଛେଚିବ ବର୍ଷା

1 min read

ଭୁବନେଶ୍ୱର : ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଏକ ଲଷୁଚାପ କ୍ଷେତ । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ଅନେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।

ଏହାଯୋଗୁ ଆସନ୍ତା ୨ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେବ ବୋଲି କହିଚନ୍ତି ପାଣିପାଗ ବିଶେଷଜ୍ଞ ଊମାଶଙ୍କର ଦାସ । ୮ ତାରିଖ ଦିନ ପ୍ରବଳ ବର୍ଷା ହେବା ନେଇ ୫ ଜିଲ୍ଲା ତଥା-ରାୟଗଡା,ପୁରୀ,ଗଞ୍ଜାମ,
ଗଜପତି,କୋରାପୁଟକୁ ୟେଲୋ ୱାଣିଂ ଜାରିକରାଯାଇଛି ।

ସେହିପରି ୯ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢିବାସହ ୮ ଜିଲ୍ଲାକୁ ମଧ୍ୟ ୟେଲୋ ୱାଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ,ଗଜପତି,ରାୟଗଡା,କଳାହାଣ୍ଡି,ମାଲକାନାଗିରି,କନ୍ଧମାଳ,ନବରଙ୍ଗପୁର,
ଓ ମାଲକାନାଗିରି ।

Leave a Reply

Your email address will not be published. Required fields are marked *