Pratidin TV

Odisha's Digital News Platform

କାହିଁକି ବିଜେଡ଼ି କରୁଛି ୯ଟି ଆସନରେ ପ୍ରାର୍ଥୀ ଘୋଷଣା , ଆସନ୍ତୁ ଜାଣିବା କଣ ରହିଛି ଏହା ପଛର କାରଣ …

1 min read

ବିଜେଡି ପାଇଁ ୯ ଅଙ୍କ ଶୁଭ କି? ନବଗ୍ରହ ସଂଖ୍ୟାକୁ ବିଶ୍ୱାସ କରୁଛି କି ବିଜେଡି ? କାହିଁକି ପ୍ରତି ପ୍ରଯ୍ୟୟର ପ୍ରାର୍ଥୀ ତାଲିକାରେ ବିଜେଡି ଆପଣଉଛି ନମ୍ବର ୯କୁ । କାରଣ ଦଳ ଦଳ ଏବେ ଟିକେଟ ପାଇଁ ଯେତିକି ଅଙ୍କ କଷୁଛି, ତାଠୁ ବେଶୀ ଗୁରୁତ୍ୱ ଦେଉଛି ୯ ସଂଖ୍ୟାକୁ । ବିଜେଡି ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ସଂଖ୍ୟାକୁ ନେଇ ଏବେ ସବୁଠି ଏପରି ଚର୍ଚ୍ଚା ହେଉଛି । ଜ୍ୟୋତିର୍ବିଦଙ୍କ ମତରେ ୯ ସଂଖ୍ୟାଟି ଭାରି ଶୁଭ । ସେଥିପାଇଁ ବିଜେଡି ୯ ସଂଖ୍ୟାରେ ପ୍ରାର୍ଥୀ ଘୋଷଣା କରୁଥାଇପାରେ । ଦଳ ବର୍ତ୍ତମାନ ସୁଧା ଷଷ୍ଠ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ସବୁ ଘୋଷଣାରେ ନମ୍ବର ନାଇନ ଉପରେ ଗୁରୁତ୍ୱ ଦିଆଯାଇଛି ।

ଆଜି ବି ଦଳ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା । ସାତରେ ଦୁଇ ମିଶାଇଲେ ଫଳ ଆସୁଛି ୯ । ସେହିପରି ପ୍ରଥମ ପର୍ଯ୍ୟାୟରେ ୯ ସାଂସଦଙ୍କ ନାଁ ମଧ୍ୟ ଘୋଷଣା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ ୨୭ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା । ଏଠି ମଧ୍ୟ ୨ରେ ୭ ମିଶିଲେ ୯ । ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ଏକ ଅଙ୍କକୁ ଖସି ୯ଟି ଲେଖାଏଁ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ଘୋଷଣା କରିଥିଲା ।ମୋଟ ୪ଟି ପର୍ଯ୍ୟାୟରେ ଦଳ ୧୧୭ ଆସନରେ ପ୍ରାର୍ଥୀ ଦେଇଥିଲା । ୧୧୭ର ସବୁ ଘର ଅଙ୍କକୁ ମିଶାଇଲେ ଫଳ ବି ଆସୁଛି ୯ । ତେବେ ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ।

Advertisement

ତାହାକୁ ମିଶାଇଲେ ବି ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି । ତେବେ ଏଥର ଷଷ୍ଠ ପର୍ଯ୍ୟାୟ ରେ ବି ଦଳ ୯ ସଂଖ୍ୟା ଉପରେ ଗୁରୁତ୍ୱ ଦେଇ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।ଷଷ୍ଠ ପର୍ଯ୍ୟାୟର ପ୍ରାର୍ଥୀ ତାଲିକାକୁ ମିଶାଇଲେ ୧୩୫ ହେଉଛି । ତେବେ ୧୩୫ ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି । ତେବେ ଏହି ୯ ସଂଖ୍ୟା ପଛର ରହସ୍ୟ କ’ଣ ? କାହିଁକି ବିଜେଡି ଏହି ୯ ସଂଖ୍ୟାକୁ ଗୁରୁତ୍ୱ ଦେଇ ଟିକେଟ ଘୋଷଣା କରୁଛି? ତେବେ ଜ୍ୟୋତିର୍ବିଦଙ୍କ ମତ ୯ ସଂଖ୍ୟାଟି ଭାରି ଶୁଭ । ସେଥପାଇଁ ବିଜେଡି ୯ ଥିଓରୀ ଆପଣେଇ ଥିବା କୁହାଯାଉଛି

Leave a Reply

Your email address will not be published. Required fields are marked *