Pratidin TV

Odisha's Digital News Platform

ଅନଲାଇନରେ ହେବ ମନ୍ଦିର ଦର୍ଶନ , ଦେଶବିଦେଶରୁ ଶ୍ରଦ୍ଧାଳୁମାନେ ଆଗୁଆ କରିପାରିବେ ଟିକେଟ୍

1 min read

ଭୁବନେଶ୍ୱର : ଏବେ ଅନଲାଇନରେ ହେବ ଦେବାଦେବୀଙ୍କ ଦର୍ଶନ । କର୍ଣ୍ଣାଟକ ଏବଂ ତାମିଲନାଡୁ ଭଳି ଓଡିଶାରେ ମଧ୍ୟ ଆରମ୍ଭ ହେବ ଇଣ୍ଟିଗ୍ରେଟେଟ ଟେମ୍ପୁଲ ମ୍ୟାନେଜମେଣ୍ଟ ସିଷ୍ଟମ । ଶ୍ରଦ୍ଧାଳୁମାନେ ଅନଲାଇନରେ ଦେବାଦେବୀ ଦର୍ଶନ କରିବା ସହ ପୂଜା ଏବଂ ପ୍ରସାଦ ସେବନର ସୁବିଧା ପାଇପାରିବେ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଦୁଇ ଦୁଇ ଥର ପଦାଧିକାରୀଙ୍କ ସହ ବୈଠକ ପରେ ଏ ନିଷ୍‌ପତ୍ତି ନିଆଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।

Advertisement

ସେହିପରି ଓଡିଶାରେ ପ୍ରାୟ ୭୦୦ ରୁ ଅଧିକ ପ୍ରସିଦ୍ଧ ମନ୍ଦିର ରହିଛି । ଏହା ସହ ଦେଶ ବିଦେଶରୁ ମଧ୍ୟ ଅନେକ ଭକ୍ତ ଠାକୁରଙ୍କ ଦର୍ଶନ ଲାଗି ଆଗ୍ରହ ଥିଲେ ମଧ୍ୟ ନିଜ ନିଜର କାରଣ ବସତଃ ଏଥିରୁ ବଞ୍ଚିତ ରହୁଛନ୍ତି ।ଏହି ଅନଲାଇନ ପ୍ରକ୍ରିୟା ଦ୍ୱାରା ଦେଶ ବିଦେଶରୁ ଅନେକ ଲୋକ ଠାକୁରଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ।

ଏଥିନିମନ୍ତେ ହିନ୍ଦୁ ଧର୍ମର ଭାବନାକୁ କିଭଳି ଆଘାତ ନଦେଇ ଏକ ୱେବ ପ୍ରସ୍ତୁତ କରାଯିବ । ଏହି ପୋର୍ଟାଲ ମାଧ୍ୟମରେ ଶ୍ରଦ୍ଧାଳୁ ମାନେ ଠାକୁରଙ୍କ ଦର୍ଶନ ପାଇଁ ଆଗୁଆ ଟିକେଟ୍ କରିବା ସହ ମନ୍ଦିରର ନୀତିକାନ୍ତି ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏହି ପୋର୍ଟାଲରେ ସମସ୍ତ ମନ୍ଦିର ବିଷୟରେ ସୂଚନା ମଧ୍ୟ ଉପଲବ୍ଧ ରହିବ । ଏହାସହ ମନ୍ଦିର ଗୁଡିକ ବୁଲିବା ପାଇଁ ଆଗୁଆ ଟିକେଟ୍ କରିବା ସହ ଦର୍ଶନ,ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଟିକେଟ ମଧ୍ୟ କରିପାରିବେ ଦେଶ ବିଦେଶରୁ ଭକ୍ତ ମାନେ । ଉକ୍ତ ପୋର୍ଟାଲ ରେ ଇଂରାଜୀ,ହିନ୍ଦୀ ଓ ଓଡିଆ ଭାଷାର ବିକଳ୍ପ ରଖାଯିବ ।

ଏହି ଅନଲାଇନ ଶେବା କେଉଁ କେଉଁ ମନ୍ଦିର ଗୁଡିକରେ ସାମିଲ ହେବ ତାର ତାଲିକା ଦେବୋତ୍ତର କମିଶନ ପ୍ରସ୍ତତ କରିବ । ଆଗକୁ ଏହି ପୋର୍ଟାଲ ଜରିଆରେ ଭକ୍ତମାନେ ଦେଶ ବିଦେଶର କୋଣ ଅନୁକୋଣରୁ ମଧ୍ୟ ଭଗବାନଙ୍କ ପ୍ରସାଦ/ଭୋଗ ପାଇବାର ସୁଯୋଗ ପାଇପାରିବେ ।

Leave a Reply

Your email address will not be published. Required fields are marked *