Pratidin TV

Odisha's Digital News Platform

ନିଆରା ପ୍ରାର୍ଥୀ : ଖାଲି ପାଦରେ ଚାଲି ଚାଲି ପ୍ରଚାର କରୁଛନ୍ତି ଦୁର୍ଗାଚରଣ ଟୁଡୁ …

1 min read

ନିର୍ବାଚନ ବେଳେ ଦେଖିବାକୁ ମିଳେ ଅନେକ ନିଆରା କଥା । ଭୋଟରଙ୍କୁ ଆକର୍ଷିତ କରିବାକୁ କିଏ ଗଧରେ ବସି ପ୍ରଚାର କରୁଛି ତ କିଏ ଶବ ହୋଇ କୋକେଇରେ ବସି ଭୋଟ ମାଗୁଛି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ପ୍ରାର୍ଥୀ ବାବଦରେ କହିବାକୁ ଯାଉଛୁ, ସେ
ଡହଡହ ଖରାରେ ନିର୍ବାଚନ ପ୍ରଚାର କରୁଛନ୍ତି ଘରକୁ ଘର ବୁଲି ଭୋଟ ମାଗୁଛନ୍ତି । ଉଦଳା ନିର୍ବାଚନମଣ୍ଡଳୀର କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ୪୩ ଡିଗ୍ରୀ ଖରାରେ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ।

ଡହ ଡହ ଖରାରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ କଂଗ୍ରେସ୍ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁ ଖାଲି ପାଦରେ ଗରମ ପିଚୁ ରାସ୍ତା ଉପରେ ଚାଲି ଚାଲି କରୁଛନ୍ତି ଭୋଟ ଭିକ୍ଷା । ଉଦଳା ବଜାର ଏବଂ ଏନଏସି ଅଂଚଳରେ ଖାଲି ପାଦରେ ବୁଲି ବୁଲି ଭୋଟ ଭିକ୍ଷା କରିଛନ୍ତି ଦୁର୍ଗାଚରଣ ଟୁଡୁ । ୩୪ ବର୍ଷ ପରେ ଦଳ ତାଙ୍କ ଉପରେ ପୁଣି ଆସ୍ଥା ଭାଜନ କରିଥିବାରୁ ସେ ଲୋକଙ୍କ ଆସ୍ଥା ଜିତିବା ପାଇଁ କରିଛନ୍ତି ଏପରି ନିଆରା ପ୍ରୟାସ୍ । ଏହା ସହିତ ଖାଲି ପାଦରେ ଗରମ ରାସ୍ତାରେ ଚାଲି ଲୋକଙ୍କ କଷ୍ଟକୁ ଅନୁଭବ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *