Pratidin TV

Odisha's Digital News Platform

(video)ଦେଖନ୍ତୁ ବଡଚଣାରୁ ଟିକେଟ ପାଇ କଣ କହିଲେ ବର୍ଷା ..

1 min read

ଆଜି ବିଧାନସଭାର ଷଷ୍ଠ ପର୍ଯ୍ୟାୟରେ ୯ ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ତେବେ ଏହି ୯ଟି ଆସନ ଭିତରେ ବଡଚଣା ଆସନକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟିକେଟ ଦେଇ ବିଧାୟିକା ପ୍ରାର୍ଥୀ କରିଛି ବିଜେଡି । ତେବେ ନିକଟରେ ବର୍ଷା ପ୍ରିୟଦର୍ଶନୀ ବିଜେଡି ରେ ସାମିଲ ହେବା ପରେ ଦଳ ତାଙ୍କୁ ଟିକେଟ ଦେଇ ସରପ୍ରାଇଜ୍ କରିଛି । ତେବେ ଦଳରୁ ଟିକେଟ ପାଇବା ପରେ ଚଣ୍ଡି ମନ୍ଦିର ଦର୍ଶନ କରି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଭରସା କଲେ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ସେ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ ଉପରେ ଯେଉଁ ଭରସା କରିଛନ୍ତି , ମୁଁ ତାହାର ସମ୍ମାନ ନିଶ୍ଚୟ ରଖିବି । ଟିକେଟ ପାଇ ସେ ବହୁତ ଖୁସି ଥିବା କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *