Pratidin TV

Odisha's Digital News Platform

ରାଜନୀତି ମୈଦାନରେ ମୁହାଁମୁହିଁ ହେବେ ବର୍ଷା -ଅନୁଭବ ।

1 min read

ପୁଣି ଥରେ ମୁହାଁମୁହିଁ ହେବେ ଚର୍ଚ୍ଚିତ ଅଭିନେତା ଅନୁଭବ୍ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏଥର କିନ୍ତୁ କାଠଗଡା ନୁହଁ ସିଧା ରାଜନୀତି ମୈଦାନରେ ହେବ କଡା ଟକ୍କର । କୌଣସି ଦଲିଲ ନୁହେଁ, ହାତରେ ଦଳୀୟ ପତାକା ଧରି ଏହି ରାଜନୀତି ଯୁଦ୍ଧ ଲଢିବେ ‘ଷ୍ଟାର କପଲ’ । ଆଉ ଏହି ଲଢେଇରେ ପରସ୍ପରକୁ ପୁଣିଥରେ ସାମନା କରିବେ ଓଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ଅନୁଭବ–ବର୍ଷା । ନିଜ ନିଜ ଦଳକୁ ଜିତାଇବା ପାଇଁ ପରସ୍ପର ଉପରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିପାରନ୍ତି ଏହି ଦୁଇ ଜଣ ।

ଅନୁଭବ୍ ୨୭ ଏପ୍ରିଲ ୨୦୧୩ ରେ ବିଜେଡିରେ ଯୋଗ ଦେଇଥିଲେ। ସେ ଜୁନ୍ ୨୦୧୪ ରେ ବିନା ବିବାଦରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ରାଜ୍ୟସଭାର ସର୍ବ କନିଷ୍ଠ ସାଂସଦ ଥିଲେ। ମେ ୨୩, ୨୦୧୯ ରେ ସେ ପୂର୍ବରୁ ନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରି କେନ୍ଦ୍ରାପଡା (ଲୋକସଭା ନିର୍ବାଚନମଣ୍ଡଳୀ) ରୁ ସାଂସଦ (ସାଂସଦ) ଭାବରେ ନିର୍ବାଚିତ ହୋଇଥିଲେ। ପରେ ଏପ୍ରିଲ ୧, ୨୦୨୪ ରେ କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀରେ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। କିନ୍ତୁ ଦଳ ଅନୁଭବଙ୍କୁ ବର୍ତ୍ତମାନ ସୁଦ୍ଧା ଟିକେଟ୍ ଦେଇନାହିଁ ।

Advertisement

କିନ୍ତୁ ଅନ୍ୟପଟେ ବର୍ଷା ମଧ୍ୟ ବିଜେଡି ପାଇଁପ୍ରଚ।ର କରୁଥିବା ବେଳେ ଚଳିତ ବର୍ଷ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି ବିଜେଡି । ଏନେଇ ବର୍ଷା କହିଛନ୍ତି ଯେ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଦ୍ୱାରା ସେ ବହୁତ ଅନୁପ୍ରାଣିତ ଏବଂ ସେ ତାଙ୍କ ଆଦର୍ଶରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ତାଙ୍କୁ ପାର୍ଟିରେ ଗ୍ରହଣ କରିଥିବାରୁ ସେ ଦଳର ସଦସ୍ୟ ଏବଂ କର୍ମୀଙ୍କୁ ଆହୁରି ଧନ୍ୟବାଦ ଜଣାଇଛନ୍ତି।

ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ରାଜ୍ୟ ରାଜନୀତି ଏବେ କେଉଁ ରୂପରେ ଦେଖିବେ ବର୍ଷା-ଅନୁଭବ ଫାଇଟ? ନିର୍ବାଚନ ମଇଦାନରେ କିଏ ମାରିବ ବାଜି?

Leave a Reply

Your email address will not be published. Required fields are marked *