Pratidin TV

Odisha's Digital News Platform

ପ୍ରେରଣା ସାଜିଲେ ମାହି , ଧୋନିଙ୍କ ଗିଫ୍ଟ ପାଇ ଏବେ କ୍ରିକେଟର ହେବ ଏହି କୁନି ଫ୍ୟାନ..

1 min read

ଧୋନିଙ୍କ ପାଖରୁ ଗିଫ୍ଟ ପାଇବା ପରେ ଆଜି ଏ କୁନି ଝିଅ ଆଖିରେ ଆଖିଏ ସ୍ୱପ୍ନ । ବଡ ହେଲେ କ୍ରିକେଟର ହେବ ମହେନ୍ଦ୍ର ସିଂ ଧୋନି ପରି କ୍ରିକେଟ ଖେଳିବ । ଆଉ ତାର ଫ୍ୟାନ୍ସ ଙ୍କୁ ଧୋନି ଙ୍କ ପରି ଗିଫ୍ଟ ଦେବ । ଧୋନି ଙ୍କ ର ସେହି ଉପହାର ଆଜି ଏ କୁନି ଝିଅ ପାଇଁ ପ୍ରେରଣା ସାଜିଛି । କ୍ରିକେଟ ଇତିହାସର କିମ୍ବଦନ୍ତୀ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି । ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ ତାଙ୍କର ରହିଛନ୍ତି କୋଟି କୋଟି ଫ୍ୟାନ୍ସ । ସମସ୍ତଙ୍କ ପାଇଁ ସେ ପ୍ରେରଣା ପାଲଟିଥାନ୍ତି । ତେଣୁ ସମସ୍ତେ ତାଙ୍କ ପରି ହେବାକୁ ସ୍ୱପ୍ନ ଦେଖନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଥିଲେ ହେଁ ତାଙ୍କର ଗୋଟିଏ ଝଲକ ପାଇଁ ଆଇପିଏଲ୍ ଦେଖୁଛନ୍ତି ପ୍ରଶଂସକ ।

ଏଣୁ ଧୋନୀଙ୍କ ଟିମ୍ ସିଏସ୍‌କେର ପ୍ରତିଟି ମ୍ୟାଚ୍‌ରେ କିଛି ଭାବପ୍ରବଣ ମୂହୁର୍ତ୍ତ କ୍ୟାମେରାରେ କଏଦ ହୁଏ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦଳ ଖେଳିଥିବା ମୁକାବିଲାରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତିମ ଓଭରରେ ଛକା ମାରି ଡ୍ରେସିଂ ରୁମ୍‌କୁ ଯାଉଥିବା ବେଳେ ସିଡିରେ ଧୋନୀଙ୍କୁ ଏକ ବଲ୍ ମିଳିଥିଲା । ସେ ଅଣଦେଖା କରିବା ପରିବର୍ତ୍ତେ ବଲ୍‌ଟିକୁ ଉଠାଇ ଏକ କୁନି ପ୍ରଶଂସକଙ୍କୁ ଦେଇଥିଲେ । ଏହାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

Advertisement

ଏବେ ସେହି କୁନି ଝିଅ ଏବେ ଖାସ୍ ବାର୍ତ୍ତା ଦେଇଛନ୍ତି । କୁନି ପ୍ରଶଂସକ ନିଜ ନାମ ମେହେର ବୋଲି କହିଛନ୍ତି । ଏହାଛଡ଼ା ସେ କ୍ରିକେଟ ଖେଳନ୍ତି । ଦିନେ ସେ ଭାରତ ପାଇଁ ଖେଳିବେ ବୋଲି ତାଙ୍କର ସ୍ୱପ୍ନ ରହିଛି । ଯେତେବେଳେ ତାଙ୍କ ସ୍ୱପ୍ନ ପୂରଣ ହୋଇଯିବ ସେତେବେଳେ ସେ ଏହି ସ୍ୱତନ୍ତ୍ର ଉପହାର ଆଉ କାହାକୁ ଦେବେ । ଫଳରେ ସେ ମଧ୍ୟ ପ୍ରେରିତ ହେବେ । ମେହେରଙ୍କ ଏହି ଭିଡିଓ ଦେଖି ପ୍ରଶଂସକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି । କୁନି ଝିଅଟିର ସ୍ୱପ୍ନ ଶୀଘ୍ର ପୂରଣ ହେଉ ବୋଲି ଅନେକ ଭଗବାନ ନିକଟରେ ପ୍ରାର୍ଥନା କରୁଛନ୍ତି ।

Leave a Reply

Your email address will not be published. Required fields are marked *