Pratidin TV

Odisha's Digital News Platform

ବଡଚଣା ଟିକେଟ୍ ପାଇ ନବୀନ ନିବାସରେ ପହଞ୍ଚିଲେ ବର୍ଷା ପ୍ରିୟଦର୍ଶିନୀ ।

1 min read

ରାଜ୍ୟ ରାଜନୀତିରେ ଲେଡି ବସ୍ ବର୍ଷା ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସେ ଅଣିବୟ ଦୁନିଆ ହେଉ କି ରାଜନୀତି ଏବେ ଫ୍ରଣ୍ଟଲାଇନ୍‌ରେ ବର୍ଷାପ୍ରିୟଦର୍ଶିନୀ । ବିଜେଡି ବର୍ଷାଙ୍କୁ ବଡଚଣା ପ୍ରାର୍ଥୀ କରି ଟିକେଟ୍ ଦେବା ପରେ ଆଜି ନବୀନ ନିବାସରେ ପହଞ୍ଚିିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ପାଇଁ ପହଞ୍ଚିଥିଲେ ବର୍ଷା ।

ଗତକାଲି ଟିକେଟ୍ ମିଳିବା ପରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚପୂଜାର୍ଚ୍ଚନା କରିଥିଲେ । ଆଉ ଆଜି ନବୀନ ନିବାସରେ ପହଞ୍ଚବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ।ତେବେ ଏଥର ବଡଚଣାରୁ ଅମର ଶତପଥୀଙ୍କ ସ୍ଥାନରେ ବର୍ଷାଙ୍କୁ ପ୍ରାର୍ଥୀ କରାଇଛି ବିଜେଡି ।

Advertisement

ସେପଟେ ଚମ୍ପୁଆରୁ ଟିକେଟ୍ ପାଇଥିବା ସନାତନ ମହାକୁଡ ମଧ୍ୟ ନବୀନ ନିବାସ ପହଁଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *