Pratidin TV

Odisha's Digital News Platform

କବାଟରେ ଝୁଲୁଛି ମହିଳାଙ୍କ ମୃତଦେହ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

1 min read

ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା | ଜଣେ ମହିଳା ଘର କବାଟରେ ଝୁଲିଥିବାର ଖବର ସାମ୍ନାକୁ ଆସିଛି | କିନ୍ତୁ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ଜଣାପଡି ନଥିବାବେଳେ ପରିବାର ଲୋକ ଆଣିଛନ୍ତି ଅଭିଯୋଗ | ହତ୍ୟା କରି କବାଟରେ ଟାଙ୍ଗୀ ଦେଇଥିବା କହିଛି ପରିବାର ବର୍ଗ |

ତେବେ ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁରୁ ଆସିଛି ବଧୂ ହତ୍ୟା ଅଭିଯୋଗ। ତେବେ ମୃତକ ଜଣେ ହେଲେ ପରଜଙ୍ଗ ଥାନା ବାରିହାପୁର ଗାଁର ମଞ୍ଜୁଲତା ପ୍ରଧାନ। ଆଜି ତଥା ଏପ୍ରିଲ ୨ଏକ ତାରିଖ ଦିନ ମଞ୍ଜୁଲତାଙ୍କ ମୃତଦେହ ଘର କବାଟରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମଞ୍ଜୁଲତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ପରିବାର ଅଭିଯୋଗ ଅନୁସାରେ ମଞ୍ଜୁଲତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନ ଏବଂ ତାଙ୍କ ପରିବାର ଲୋକେ ଦୀର୍ଘ ଦିନ ହେବ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏପରିକି ଗତ ବର୍ଷେ ତଳେ ମଞ୍ଜୁଲତାଙ୍କ ପୁଅ ଆତ୍ମହତ୍ୟା କରିଥିଲେ। ତେବେ ମଞ୍ଜୁଲତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅଭିଯୋଗ ପରେ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *