Pratidin TV

Odisha's Digital News Platform

ମାସେ ହେବ ଯୁବକ ନିଖୋଜ ପୋଲିସ ଏବଂ କର୍ତ୍ତୃପକ୍ଷ ଅଛି ନିରବ…ଅଭିଯୋଗ ଆଣିଲେ ପରିବାର ବର୍ଗ

1 min read

କଟକ ଶାଢ଼ୀ କିଣି ଯାଇ ଏକ ମାସ ହେବ ନିଖୋଜ ଅଛନ୍ତି ଶୁଶାନ୍ତ ସେନାପତି | ଖୋଜି ପାଉନି ନରସିଂହପୁର କିମ୍ଵା କଟକ ଜିଲ୍ଲା ପୋଲିସ। ଆମେ ହରିଜନ ବୋଲି ଆମ କଥା କେହି ଶୁଣୁନାହାନ୍ତି। ବିଧାୟକ ଦେବୀ ମିଶ୍ର ଓ ପୋଲିସ ପ୍ରଶାସନକୁ ଜଣାଇବା ପରେ କେହିବି କର୍ଣ୍ଣପାତ କରୁନାହାନ୍ତି । ନିସ୍କ୍ରୀୟ ପୋଲିସ । ଆଉ ଗଣମାଧ୍ୟମ କଥା କିଏ ଶୁଣିବ ଲୁହ ଭରା କଣ୍ଠରେ କହିଛନ୍ତି ପରିବାର ଲୋକେ ।

ସୂଚନା ମୁତାବକ, ଶୁଶାନ୍ତ ସେନାପତି ଗାଁ ଗାଁ ବୁଲି ଶାଢ଼ୀ ବେପାର କରନ୍ତି। ତେବେ ଗତ ମାସ ତଥା ମାର୍ଚ୍ଚ ୬ ତାରିଖ ଦିନ କଟକରୁ ହୋଲସେଲରେ ଶାଢ଼ୀ ଆଣିବା ପାଇଁ ଯାଇଥିଲେ | ପରେ ଝୋଲାସାହି ଅଞ୍ଚଳରୁ ନିଖୋଜ ଵୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ | ଏନେଇ ପରିବାର ପକ୍ଷରୁ ପୁରିଘାଟ ଥାନା ରେ ନିଖୋଜ ଏତଲା ମଧ୍ୟ ଦିଆଯାଇଥିଲା। କଟକ ଜିଲ୍ଲା ପୋଲିସ ଓ ନରସିଂହପୁର ପୋଲିସ ଏନେଇ ନୀରବତା ପ୍ରକାଶ କରିଛି। ଅସହାୟ ପରିବାର ହୋଇଥିବାରୁ ପୋଲିସ ତାଙ୍କ କଥା ଗ୍ରହଣ କରୁନି ବୋଲି ବର୍ତ୍ତମାନ ପରିବାର ଅଭିଯୋଗ ଆଣିଛନ୍ତି।

Advertisement

ଏପଟେ ନରସିଂହପୁର କୋକଳବା ଗାଁରେ ଘରେ ଚୁଲି ଜଳୁନି। ମାଆ, ସ୍ତ୍ରୀ ଓ ୩ ପିଲା ଠିକ ରେ ଖାଉ ନାହାଁନ୍ତି କି ଶୋଉ ନାହାନ୍ତି। ଗାଁ ବି ଖାଁ ଖାଁ। ଶୁଶାନ୍ତଙ୍କୁ ନ ପାଇ ଗ୍ରାମବାସୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବହୁ ଖୋଜାଖୋଜି ପରେ ନିରାଶ ହୋଇ ପରିବାର ନରସିଂହପୁର ଥାନା ସମ୍ମୁଖରେ ଧାରଣା ରେ ବସିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ତେବେ ବ୍ୟକ୍ତି ନିଖୋଜ ପରେ କଟକ ସହର ର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରି ବିଫଳ ହୋଇଛନ୍ତି ପରିବାର। ମାସେ ହେବ ନିଖୋଜ ଥିବା ବ୍ୟକ୍ତିଙ୍କୁ କେହି କେଉଁ ଅଞ୍ଚଳରେ ଦେଖନ୍ତି ତେବେ ତୁରନ୍ତ ଏହି ନମ୍ବର କୁ 9861110204 ଯୋଗାଯୋଗ କରିବା ସହ ନିକଟସ୍ଥ ପୋଲିସ କୁ ଖବର ଦେବା ପାଇଁ ପରିବାର ଲୋକେ ନିବେଦନ |

Leave a Reply

Your email address will not be published. Required fields are marked *