Pratidin TV

Odisha's Digital News Platform

ଆମେରିକାରେ ଅନଲାଇନ ଗେମ ଖେଳି ଜୀବନ ହାରିଦେଲେ ଭାରତୀୟ ଛାତ୍ର !

1 min read

ଆମେରିକା ପାଲଟିଛି ଭାରତୀୟ ଛାତ୍ରଙ୍କ ପାଇଁ ଅଭିଶପ୍ତ | ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ତେବେ ଜଣେ ଭାରତୀୟ ଛାତ୍ର ଆମେରିକାରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି | ତେବେ ଯୁବପିଢ଼ିମାନଙ୍କ ମଧ୍ୟରେ ଅନଲାଇନ ଗେମର କରଜ ବଢ଼ିବାରେ ଲାଗିଛି | ପୂର୍ବରୁ ଏହିପରି କିଛି ଅନଲାଇନ ଗେମ ଆସିଥିଲା ଯାହାକୁ ଖେଳି ଲୋକ ଆତ୍ମହତ୍ୟା କରୁଥିଲେ | ତେବେ ଏପରି କିଛି ଆମେରିକାର ଜଣେ ୨0 ବର୍ଷୀୟ ଭାରତୀୟ ଛାତ୍ର କରିଥିବାର ସନ୍ଦେହ ହୋଇଛି | ପ୍ରଥମେ ହତ୍ୟାକାଣ୍ଡର କାରଣ ଲୁଟ୍ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରବର୍ତ୍ତୀ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି କୁହାଯାଉଛି।

ତେବେ ସୂଚନା ମୁତାବକ ମାର୍ଚ୍ଚ ୮ ତାରିଖ ଦିନ ଆମେରିକାରେ ନିଜ କାର ଭିତରେ ଜଣେ ଭାରତୀୟ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା | ଛାତ୍ର ଜଣକ ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର ଛାତ୍ର ଥିଲେ। ପୋଲିସ ଘଟଣାସ୍ଥଳେ ପହଞ୍ଚି ଯାଞ୍ଚ କରିବା ପରେ ତାଙ୍କ ମୃତଦେହ ପାଖରେ ଫୋନ ଥିବା ଏବଂ ଫୋନରେ ଅନଲାଇନ ଗେମ ଆକ୍ଟିଭ ଥିବା ନେଇ ଦେଖିବାକୁ ମିଳିଥିଲା |ତେଣୁ ସନ୍ଦେହ କରାଯାଉଛି ଯେ ‘ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ’ ଅନଲାଇନ୍ ଗେମ୍ ଖେଲିବା ପରେ ସେ କରିଛନ୍ତି ଆତ୍ମହତ୍ୟା | କିନ୍ତୁ ଗଣମାଧ୍ୟମ ପକ୍ଷରୁ କୌଣସି ପ୍ରକାର ସୂଚନା ମିଳିପାରିନାହିଁ |

Advertisement

ତେବେ ‘ବ୍ଲୁ ହ୍ୱେଲ ଚ୍ୟାଲେଞ୍ଜ’ ହେଉଛି ଏକ ଅନଲାଇନ୍ ଗେମ୍। ଏହି ଗେମରେ ଖେଳାଳିଙ୍କୁ କିଛି କରିବାକୁ ଚ୍ୟାଲେଞ୍ଜ କରାଯାଇଥାଏ। ଏହି ଖେଳରେ ୫୦ଟି ସ୍ତର ଥାଏ, ଯାହା ଅତ୍ୟନ୍ତ କଷ୍ଟକର | ଗୋଟିଏ ଗୋଟିଏ ଚ୍ୟାଲେଞ୍ଜକୁ ଅତିକ୍ରମ କରିବା ପରେ ଆଗକୁ ବଢି଼ଥାନ୍ତି ଖେଳାଳି | ଏହି ଗେମ୍ ଖେଳିବା ସମୟରେ ସତରକ୍ତା ଅବଲମ୍ବନ କରିବା ପାଇଁ ଭାରତ ସରକାରଙ୍କ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଏକ ପରାମର୍ଶଦାତା ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *