Pratidin TV

Odisha's Digital News Platform

ଦେବଦୂତ ସାଜି ଚଳନ୍ତା ଟ୍ରେନ୍ରୁ ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଲେ କାର୍ଯ୍ୟରତ RPF ଅଧିକାରୀ

1 min read

ଜଣେ ଗର୍ଭବତୀ ମହିଳା ଜଣେ ୭୫ ବର୍ଷର ବୃଦ୍ଧ ଯାଉଥିବା ଚଳନ୍ତି ଟ୍ରେନରେ ଚଢ଼ୁଥିଲେ | ଏହି ସମୟରେ ଏକ ଫାଙ୍କରେ ମହିଳା ଜଣଙ୍କର ହାତ ଫସିଯାଇଥିଲା | ଠିକ୍ ଏହି ସମୟରେ ଟ୍ରେନ୍ ଡ୍ୟୁଟିରେ ଥିବା ଯବାନ ଦୂତ ସାଜି ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇଦେଇଥିଲେ |

ତେବେ ଘଟତୀ ଏପରି କି ଉତ୍କଳ ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ ରେଳ ଷ୍ଟେସନରେ ୩ ନମ୍ୱର୍ ପ୍ଲାଟଫର୍ମରେ 08.39 ରେ ପହଞ୍ଚିବା ପରେ 08.43 ଘଣ୍ଟା ରେ ଛାଡ଼ିବାକୁ ଲାଗିଥିଲା | ଉପରୋକ୍ତ ଟ୍ରେନଟି ଚଳନ୍ତା ସମୟରେ ଜଣେ ୩୨ ବର୍ଷୀୟ ଗର୍ଭବତୀ ମହିଳା ଓ ଜଣେ ୭୫ ବର୍ଷର ବୃଦ୍ଧ ଗାଜିଆବାଦ୍ ପୁରୀକୁ ଯାଇଥିଲେ | ସେମାନେ ଏହି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ l ଚଳନ୍ତି ଟ୍ରେନରେ ଚଢିବା ତାଙ୍କ ପାଇଁ ବିପପୂର୍ଣ୍ଣ ହୋଇପଡ଼ିଲା l ସେ ପ୍ଲାଟଫର୍ମର ଫାଙ୍କରେ ପ୍ରବେଶ କରିଯାଇ ଥିଲେ| ଠିକ୍ ଏହି ସମୟରେ ଟ୍ରେନ୍ ଡ୍ୟୁଟି ସିଫ୍ଟ ଅଫିସର ଏଏସଆଇ ବିଶ୍ୱଜିତ୍ ସାହୋ ଏବଂ ଆରପିଏଫ୍ ପୋଷ୍ଟ ଲାଲ୍ ମୋହନ୍ ସାହୁ ଏହାକୁ ଦେଖି ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ତାଙ୍କୁ ଫାଙ୍କରୁ ଟାଣି ନେଇଥିଲେ | ଉପରୋକ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେତୁ ଉପରୋକ୍ତ ବୃଦ୍ଧ ଓ ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା | ଜୀବନ ବଞ୍ଚିବା ପରେ ନିଷ୍ଠାପର କାର୍ଯ୍ୟ ପାଇଁ ପାଇଁ ସେଠାରେ ଉପସ୍ଥିତ ଥିବା ଜନସାଧାରଣ ଆରପିଏଫ ଅଧିକାରୀ ଏବଂ କର୍ମଚାରୀଙ୍କ ପ୍ରଶଂସା କରିଥିଲେ।

Advertisement

Leave a Reply

Your email address will not be published. Required fields are marked *