Pratidin TV

Odisha's Digital News Platform

ବିଜେଡ଼ି ଟୋପିରେ ନବୀନଙ୍କ କ୍ୟାପଟେନ କୁଲ ଲୁକ

1 min read

ନୂଆ ରୂପରେ ନଜର ଆସିଛନ୍ତି ବିଜେଡିର ଷ୍ଟାର କ୍ୟାମ୍ପେନର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ | ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ରୂପ ଟିକେ ହଟକେ ଆଉ ଟିକେ ଅଲଗା ଲାଗୁଛି | ଏବଂ ଏହା ସହ ଲେଖାଯାଇଛି The captain is ready | ତା’ ସହିତ ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଧରିବେ ଦଳର ପ୍ରଚାର ମଙ୍ଗ | ଏବଂ ତା’ ସହ ନବୀନ ପଟ୍ଟନାୟକଙ୍କ ଏହି କ୍ୟାପଟେନ କୁଲ ଲୁକ ବହୁତ ସୁନ୍ଦର ସୁନ୍ଦର ଦିଶୁଥିଲା |

ତେବେ ନବୀନ ପଟ୍ଟନାୟକ ପିନ୍ଧିଥିଲେ ଏକ ସବୁଜ ରଙ୍ଗର କ୍ୟାପ | ଯେଉଁଥିରେ ରହିଥିଲା ବିଜୁ ଜନତା ଦଳର ଲୋଗ ସହ ରହିଥିଲା ଲେଖାଯାଇଥିଲା ନାଁ | ୨୪ରୁ ମଇଦାନକୁ ଆସୁଛନ୍ତି ଏବଂ ତା ସହ ହିଞ୍ଜିଳି ବିଧାନସଭା ମଣ୍ଡଳୀରୁ ପ୍ରଚାର କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି | ଏବଂ ୨୫ ତାରିଖରେ ରାୟଗଡ଼ଡ଼ାରେ ପ୍ରଚାର କରିବାର ସୂଚନା ରହିଛି | ତେବେ ମୁଖ୍ୟମନ୍ତ୍ରୀ ୨ଟି ବିଧାନସଭା ଆସନରୁ ଲଢ଼ୁଛନ୍ତି | ଗୋଟିଏ ହେଉଛି ତାଙ୍କର ପାରମ୍ପରିକ ହିଞ୍ଜିଳି ହୋଇଥିବା ବେଳେ ଅନ୍ୟଟି ହେଉଛି କଣ୍ଟାବାଞ୍ଜି |

Advertisement

ତେବେ କଣ୍ଟାବାଞ୍ଜି ହେଉଛି ନବୀନ ପଟ୍ଟନାୟକଙ୍କ ଷ୍ଟାଟେଜିର ମାଷ୍ଟରପ୍ଲାନ | କାରଣ ଏଥରୁ ଛିଡା ହୋଇ ନବୀନ ପଟ୍ଟନାୟକ କରିବେ ପଶ୍ଚିମ ଓଡ଼ିଶାର ବିକାଶ ସୁତ୍ରପାତ| ଏବଂ ତା’ ସହିତ ନିର୍ବାଚନ ମଣ୍ଡଳୀରୁ ଛିଡା ହୋଇ ଏକାସାଙ୍ଗରେ ୪ଜଣଙ୍କୁ ମାତ ଦେବାର ରହିଛି ପ୍ଲାନ |

Leave a Reply

Your email address will not be published. Required fields are marked *