ମଧ୍ୟ ରାତ୍ରରେ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଓଲଟିଲା ବଲେରୋ, ଗାଡି ଚାଳକ ମୃତ..
1 min readମଧ୍ୟ ରାତ୍ରରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟିଲା ବୋଲରୋ । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରର ମୃତ୍ୟୁ ହୋଇଛି । ବଣାଇ ଥାନା ଅନ୍ତର୍ଗତ ଜକେଇକେଳା ଗାଁ ମୁଣ୍ଡରେ ବିଳମ୍ବିତ ରାତିରେ ଏକ ବଲେରୋ ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଫଳରେ ଗାଡି ଚାଳକର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।
ସୂଚନାନୁଯାୟୀ ମହୁଲଡିହା ଗ୍ରାମର ସ୍ୱର୍ଗତ ଧୁବେଇ ଚରଣ ସାହୁ ଙ୍କ ସାନ ପୁଅ ମୁରଲୀ ଧର ସାହୁ (ପିଙ୍କୁ) ଏକ ବୋଲେରୋ ଗାଡ଼ିରେ ବଣାଇ ଚୈତ୍ର ମେଳା ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରଥିଲେ । ଠିକ୍ ଏତିକିବେଳେ ତାଙ୍କ ଗାଡି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ସେହି ରାସ୍ତାରେ ଯାଉଥିବା ଲୋକେ ଓ ସ୍ଥାନୀୟ ଲୋକେ ଭୟଙ୍କର ଶବ୍ଦ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିରେ ଚାପି ହୋଇ ଥିବା ଚାଳକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବଣାଇ ସରକାରୀ ଡାକ୍ତରଖାନା ଭତ୍ତି କରିଥିଲେ ।
ହେଲେ ଡାକ୍ତର ପରୀକ୍ଷା କରି ମୃତ ଚାଳକଙ୍କୁ ଘୋଷଣା କରିଥିଲେ । ବଣାଇ ପୋଲିସ ମୃତ ବ୍ୟକ୍ତି ଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହିତ ଦୁର୍ଘଟଣା ହୋଇଥିବା ଗାଡ଼ିକୁ ସିଜ୍ କରିଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।