Pratidin TV

Odisha's Digital News Platform

ଟେଲମା-୪୦ ନକଲି ମେଡିସିନ୍ ଉପରେ ଚଢାଉ , ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହୋଇଛି ନମୁନା ସଂଗ୍ରହ

1 min read

ଭୁବନେଶ୍ୱର : ଉଚ୍ଚ ରକ୍ତଚାପ ବା ବ୍ଲଡ ପ୍ରେସର ପାଇଁ ରୋଗୀମାନେ ଟେଲମା ୪୦ ବା ଟେଲମା-ଏଏମ ମେଡିସିନ୍ ବ୍ୟବହାର କରିଥାନ୍ତି । କଣ ଆପଣ ବି ଜଣେ ବ୍ଲଡ ପ୍ରେସର ରୋଗୀ । କରୁଛନ୍ତି କି ଏହି ଟେଲମା ୪୦ ବା ଟେଲମା ଏଏମ ର ବ୍ୟବହାର , ତେବେ ହୋଇଯାଆନ୍ତୁ ସାବଧାନ । ଟଙ୍କା ନେଇ ଆପଣଙ୍କ ଜୀବନ ସହ ଖେଳ କରୁଛି ନକଲି ମେଡିସିନ କମ୍ପାନୀ ?ରାଜ୍ୟରେ ଅନେକ ସ୍ଥାନରେ ଚାଲିଛି ଏହି ଔଷଧର ଡ୍ୟୁପ୍ଲିକେଟ ବେପାର ।

ଗତକାଲି କଟକର ବିଭିନ୍ନ ଔଷଧ ଦୋକାନରେ ଚଢାଉ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲର ଟିମ୍ । ତେବେ କଟକ ବକ୍ସି ବଜାର ସମେତ ଅନେକ ସ୍ଥାନରେ ଷ୍ଟକିଷ୍ଟ ମାନେ ଅଛନ୍ତି । ଗତକାଲି ସନ୍ଧ୍ୟା ୭ ଟା ମଧ୍ୟରେ ପ୍ରାୟ ୩୦ ଲକ୍ଷ ଟଙ୍କାର ନକଲି ଔଷଧ ଜବତ କରିଥିଲା ଟିମ୍ । ଡ୍ରଗ୍ସ ନିୟନ୍ତ୍ରକ ସହିତ ଅଭିଯୋଗ ହୋଇଥିଲା ଯେ କଟକ ସହରରେ ଟେଲମା ୪୦ ଏବଂ ଟେଲମା ଏମ୍ ର ନକଲ ବିକ୍ରି ହେଉଛି। ଆଉ ଏହି ନକଲି ଔଷଧ ବାଙ୍ଗାଲୋରରୁ ଆସୁଛି।

Advertisement


ଏହି ଅଭିଯୋଗ ପରେ ଏକ ଟିମ୍ ଗତକାଲିଠୁ ଚଢ଼ାଉ କରୁଛନ୍ତି। ସମସ୍ତ ଷ୍ଟକ୍ସିଷ୍ଟରୁ ହୋଲସେଲର ଏବଂ ଖୁଚୁରା ବ୍ୟବସାୟୀଙ୍କୁ ଯୋଗାଇ ଦିଆଯାଉଥିବା ଔଷଧକୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି। ଉଭୟ ଔଷଧ ବହୁଳ ଭାବରେ ବ୍ୟବହୃତ ହେଉଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି।କଟକରେ ଚାଲୁଥିବା ମେଡିସିନର ମାନୁଫ୍ୟାକ୍‌ଚର ବ୍ୟାଙ୍ଗଲୋରରେ ହୋଇଥିବା ଜଣାପଡିଛି ।

ଭୁବନେଶ୍ୱର ୨ ଜଣ ଗ୍ରାହକ ଅଭିଯୋଗ ପରେ ଆକ୍ସନ ମୁଡ୍ ରେ ଡ୍ରଗ୍ସ ୟରକ୍ଟ୍ରବକ୍ସଗ୍ଧଜ୍ଞରଦ୍ଭଗ୍ଧ। ଆଜି ଭୁବନେଶ୍ୱରର ବିଭନ୍ନ ମେଡିସିନ୍ ଦୋକାନରେ ଚଢାଉ ଆରମ୍ଭ ହୋଇଛି । ଡ୍ରଗ୍ସ ଇନସପେକ୍ଟରମାନଙ୍କ ନିର୍ଦ୍ଦେଶରେ ଚଢାଉ ଜାରି ରହିଛି । ଏକ ନିଦ୍ଦିଷ୍ଟ କମ୍ପାନୀ ଟେଲ୍‌ମା ୪୦ ଔଷଧକୁ ମାର୍କେଟରୁ ରିକଲ କରାଯାଉଛି । ବିଭିନ୍ନ ଔଷଧ ଦୋକାନରେ ରେଡ୍ କରି ନମୁନା ସଂଗ୍ରହ କଲା ଡ୍ରଗ୍ସ ଟିମ୍ । ରସୁଲ ଗଡ ସ୍ଥିତ ସ୍ଵସ୍ତିକ ଡ୍ରଗ ହାଉସ ମେଡ଼ିସିନ ଷ୍ଟୋର ରେ ଅଚାନକ ଚଢଉ କରିଥିଲା ଡ୍ରଗ ବିଭାଗ। ଟେଲମା ୪୦ ମେଡ଼ିସିନ ନମୁନା କରିଚି ଟିମ୍ ।
ଅନ୍ୟପଟେ ଆଜି ପୁଣି ଏହି ନକଲି ମେଡିସିନ ଲିଙ୍କରେ ବଲାଙ୍ଗିରର ୨ ଟି ସ୍ଥାନରେ ରେଡ୍ ପକାଇଛି ଡ୍ରଗ୍ କଣ୍ଟ୍ରୋଲର । ବଲାଙ୍ଗିରର ୨ ଟି ଔଷଧ ଦୋକାନରୁ ଟେଲମା ୪୦ ଯାଞ୍ଚ ନେଇ ରେଡ୍ କରିଥିଲା ଟିମ୍ ।ଏହା ପରେ ସେଟାରୁ ନମୁନା ସଂଗ୍ରହ କରି ଦୋକାନଟିକୁ ରିପୋର୍ଟ ଆସିବା ପର୍ଯ୍ୟାନ୍ତ ବନ୍ଧ ରଖିବାକୁ କୁହାଯାଇଥିଲା ।

ଟେଲ୍‌ମା ୪୦ ହେଉଛି ଏକ ଦାମୀ ବ୍ରାଣ୍ଡ୍ର ଔଷଧ। ଯେତେବେଳେ ମେଡ଼ିସିନ ଖାଉଥିବା ବ୍ୟକ୍ତି ଖାଇବାପରେ ଉପଶମ ପାଇନଥିଲେ ସେତେବେଳେ ମେଡ଼ିସିନ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଏକ ଦାମୀ ବ୍ରାଣ୍ଡ୍ର ଖୋଳକୁ ବ୍ୟବହାର କରାଯାଇ ସେଥିରେ ଭେଜାଲ କମ୍ପାନିର ଔଷଧ ବଜାରକୁ ଛଡ଼ାଯାଉଥିବା ଅଭିଯୋଗ ହୋଇଥିଲା । ଯଦି ଅଭିଯୋଗ ସତ ହେଇଥିବ ତାହେଲେ କଣ ଆକ୍ସନ ହେବ ନକଲି ମେଡ଼ିସିନ କମ୍ପାନୀ ଉପରେ ।

Leave a Reply

Your email address will not be published. Required fields are marked *