Pratidin TV

Odisha's Digital News Platform

ୟୁଟ୍ୟୁବରେ ଷ୍ଟାର ପାଲଟିବା ପଡିଲା ମହଙ୍ଗା , ମୋନାଲିସା ଓ ସ୍ୱାମୀ ବଦ୍ରିଙ୍କ ସମ୍ପତ୍ତି ଯାଞ୍ଚ କରିବ ଇଡି..

1 min read

ଏବେ ଇଡିର ଜାଲରେ ଫସିଲେ ୟୁଟ୍ୟୁବର ମୋନାଲିସା । ଯାଜପୁର ଜିଲାର ୟୁଟ୍ୟୁବର୍ ଦମ୍ପତି- ବଦ୍ରି ଏବଂ ମୋନାଲିସା ଭଦ୍ରାଙ୍କ ସୋସିଆଲ ମିଡିଆରେ ସଂରକ୍ଷିତ ପ୍ରଜାତିର ମାଙ୍କଡ଼ଙ୍କ ଭିଡିଓ କରି ଏବେ ଅଡୁଆରେ । ପ୍ରଥମେ ବନବିଭାଗ ଏବେ ଇଡିର ପଞ୍ଝାରେ ୟୁଟ୍ୟୁବର୍ ।ଏବେ ଇଡିର ନଜର ଏହି ୟୁଟ୍ୟୁବର୍ ଦମ୍ପତି।

ସୂଚନାନୁଯାୟୀ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମଏଲଏ) ୨୦୦୨ ଉଲଂଘନ କରି ସୋସିଆଲ ମିଡିଆରେ ବନ୍ୟଜନ୍ତୁ ପ୍ରାଣୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା ।ଏହାପରେ ତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ସନ୍ଦେହ କରାଯାଉଛି ଯେ ସେମାନେ ବହୁ ଅର୍ଥ ହାସଲ କରିଛନ୍ତି ଏବଂ ତେଣୁ ଆର୍ଥିକ ଦିଗ ଉପରେ ଅନୁସନ୍ଧାନ କରିବା କରିବାପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ଏହାକୁ ହସ୍ତାନ୍ତର କରାଯାଇଛି । ବଦ୍ରି ଏବଂ ମୋନାଲିସା ୟୁଟ୍ୟୁବ କିମ୍ବା ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ରାଜସ୍ୱ ହିସାବରେ ପ୍ରଚୁର ଅର୍ଥ ପାଇଥିବା ସନ୍ଦେହ କରାଯାଉଛି।

Advertisement

Leave a Reply

Your email address will not be published. Required fields are marked *