ନୁଡୁଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ସୁନା ଓ ହୀରା ।
1 min readବଢିବାକୁ ଲାଗିଛି ସ୍ମଗଲର ମାନଙ୍କ କଳାକାରନାମା । ଯେତିକି ସଚେତନ କଷ୍ଟମ ବିଭାଗ ସେତିକି ସାତିର ହେବାକୁ ଲାଗିଲେଣି ସ୍ମଗଲରମାନେ । ନିକଟରେ ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ଥିବା ମସଲା ଖୋଳରୁ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି ।
ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ । ଏହି ମାମଲାରେ କଷ୍ଟମ୍ ବିଭାଗ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଦିନକୁ ଦିନ ମୁମ୍ବାଇ ସହରରେ ବଢିବାକୁ ଲାଗିଛି ଏଭଳି ଘଟଣା । କିଛି ଦିନ ପୂର୍ବେ ଜଣେ ମହିଳାଙ୍କ ହିଲ୍ରୁ ସୁନା ବାହାର କରିଥିବା ବେଳେ ଆଜି ଉଭୟ ହୀରା ଓ ସୁନା ଜବତ୍ କରିଛି କଷ୍ଟମ ବିଭାଗ ।