Pratidin TV

Odisha's Digital News Platform

ହିଙ୍ଗୁଳା ଯାତ୍ରାରେ ସାମିଲ ହେଲେ ଧର୍ମେନ୍ଦ୍ର , ବାଣ୍ଟିଲେ ପ୍ରସାଦ କିଣିଲେ ଝୁଣା …

1 min read

ହିଙ୍ଗୁଳା ଯାତ୍ରା ଭରସା ଓ ବିଶ୍ବାସର ଅନନ୍ୟ ପରମ୍ପରା । ତାଳଚେରର ଏହି ନବଦିନାତ୍ମକ ଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମା’ଙ୍କ ଦର୍ଶନ କରିବା ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହା ସହ ଓଡ଼ିଆ ଅସ୍ମିତା ସର୍ବଦା ବଳାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ, ଏହା ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ ଧର୍ମେନ୍ଦ୍ର । ଏହାପରେ ପୂଜାରେ ପ୍ରସାଦ ବିତରଣ କରିବା ସହ ଯାତ୍ରାରୁ ଝୁଣା ଓ ଘରୋଇ ଉପକରଣ ସାମଗ୍ରୀ କିଣିଥିଲେ । ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟିଥିଲେ । ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମରେ ମା’ କଳାପାଟ ମନ୍ଦିର, ତୁବେ ପଞ୍ଚାୟତରେ ମା’ ହିଙ୍ଗୁଳା ମନ୍ଦିର, ମହାପ୍ରଭୁ ବ୍ରଜମୋହନ ମନ୍ଦିରରେ ମଧ୍ୟ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହୋଇ ମା’ଙ୍କ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ସହ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

Advertisement

ମା’ ହିଙ୍ଗୁଳାଙ୍କ ଦର୍ଶନ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଅଗ୍ନିରୂପା ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ମା’ଙ୍କ ଦର୍ଶନ ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ । ଆବାହମାନକାଳରୁ ଜାରି ରହିଥିବା ଏହି ପରମ୍ପରା ଭକ୍ତଙ୍କ ଭରସା ଓ ବିଶ୍ବାସର ପ୍ରତୀକ । ମା’ ଆଶୀର୍ବାଦରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ବପ୍ନ ପୂରଣ ହେଉ । ଓଡ଼ିଆ ଅଗ୍ନିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ ବୋଲି ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ଯାତ୍ରୀରେ ନାଗରିକଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଥିଲେ । କୋରାପୁଟର ଗୁପ୍ତେଶ୍ବରରୁ ଆସିଥିବା ଜଣେ ଦୋକାନୀଙ୍କ ଠାରୁ ଝୁଣା କରିବା ସହ ଘରୋଇ ଉପକରଣ ସାମଗ୍ରୀ କିଣିଥିଲେ ।

ଏହାବ୍ୟତିତ ସେବା କାର୍ଯ୍ୟରେ ନିୟୋଜିତ ‘ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ । ସେ କହିଛନ୍ତି ଏକ ଦାୟିତ୍ଵ ସମ୍ପନ୍ନ ଗୋଷ୍ଠୀ ଭାବେ ସମାଜ ନିର୍ମାଣରେ ବଡ ଯୋଗଦାନ ରଖୁଥିବା ଡ୍ରାଇଭର ମହାସଂଘ ଆଜି ଭଳି ଦିନରେ ଜୀବିକା ସହ ମାନବସେବା କାର୍ଯ୍ୟରେ ଲାଗିବା ପ୍ରଶଂସନୀୟ । ଓଡିଶାରେ ନିଃସ୍ବାର୍ଥପର ଭାବେ ଜନସଂଗଠନ କାମରେ ଲାଗିଥିବା ଓଡ଼ିଶା ଡ୍ରାଇଭର ମହାସଂଘ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ । ତାଳଚେର ଓ ଅନୁଗୋଳରେ ପରିବହନ ସୁବିଧା ଏବଂ ଅର୍ଥନୀତିକୁ ମଜଭୂଚ୍ କରିବାରେ ସେମାନଙ୍କ ଯୋଗଦାନ ଅତୁଳନୀୟ ।

ଏହା ପରେ ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୁଲେଇ ଗ୍ରାମରେ ମା’ କଳାପାଟ ମନ୍ଦିର, ତୁବେ ଗ୍ରାମ ପଞ୍ଚାୟତରେ ମା’ ହିଙ୍ଗୁଳା ମନ୍ଦିର, ମହାପ୍ରଭୁ ବ୍ରଜମୋହନ ମନ୍ଦିରରେ ଦର୍ଶନ କରିଥିଲେ । ଦର୍ଶନ ଲାଭ କରିବା ପରେ ସ୍ଥାନୀୟ ଅଞ୍ଚଳର ଗୁରୁଜନ ଓ ମାତୃଶକ୍ତିଙ୍କୁ ଭେଟି ମୋଦୀଙ୍କୁ ଦେଶରେ ତୃତୀୟ ଅଉ ପ୍ରଧାନମନ୍ତ୍ରୀ କରିବା ସହ ଓଡ଼ିଶାରେ ବିଜେପିର ସରକାର କରିବା ପାଇଁ ସହଯୋଗ କାମନା କଲି ଓ ଜନତାଙ୍କ ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।

Leave a Reply

Your email address will not be published. Required fields are marked *