Pratidin TV

Odisha's Digital News Platform

ଇସ୍ତଫା ପରେ ଦେଲେ ପ୍ରଥମ ପ୍ରତିକ୍ରିୟା , ରାସେଶ୍ୱରୀ କହିଲେ କାହିଁକି ଛାଡ଼ିଲେ ବିଜେଡ଼ି ?

1 min read

ବିଜେଡି ଛାଡିବା ପରେ ସାମ୍ନାକୁ ଆସିଲା ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ଇସ୍ତଫା ପରେ ରାସେଶ୍ୱରୀ ପ୍ରେସମିଟ୍‌ କରି କହିଛନ୍ତି ଯେ ,, ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡ଼ିଲି। ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ। ସମ୍ବଲପୁରରେ କ’ଣ ନେତା ନାହାନ୍ତି, ବାହାରୁ ଆଣି ଲଢ଼ାଉଛନ୍ତି। ଦଳ ଯେଉଁ ନିଷ୍ପତ୍ତି ନେଲା ତାହା ସମ୍ବଲପୁର ପାଇଁ ଅବମାନନା। ସମ୍ବଲପୁରକୁ ଅଣଦେଖା କରାଗଲା। ତାହା ମୋତେ ବାଧିଛି। ସେ କହିଛନ୍ତି, ଦଳ ଛାଡ଼ିବା ନିଷ୍ପତ୍ତି ତାଙ୍କୁ ବହୁତ ବାଧିଛି କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ। ସମାଜସେବା କରୁଛି। ଆଗକୁ ବି ଏହା ଜାରି ରହିବ। ଆଗାମୀ ଦିନରେ କୌଣସି ଦଳରେ ସାମିଲ ହେବେନି । ଏହାପରେ
ସେ ରାଜନୀତିରୁ ସନ୍ନ୍ୟାସ ନେଇ ଯିବେ କି ବୋଲି ଗଣମାଧ୍ୟମର ପ୍ରତିନିଧି ତାଙ୍କୁ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ରାସେଶ୍ୱରୀ କହିଥିଲେ ଯେ ସମୟ କହିବ।

ସମ୍ବଲପୁର ଆସନରୁ ୨୦୧୪ରେ ବିଜେଡି ଟିକେଟରେ ବିଧାନସଭାକୁ ଯାଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ। ଜୟନାରାୟଣ ମିଶ୍ରଙ୍କୁ ସେ ପ୍ରାୟ ୧୦ ହଜାର ଭୋଟରେ ହରାଇଥିଲେ। କିନ୍ତୁ ୨୦୧୯ରେ ସେ ଜୟନାରାୟଣଙ୍କଠାରୁ ୪ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ ହୋଇଥିଲେ। ତେବେ ସେ ଚଳିତ ନିର୍ବାଚନରେ ସମ୍ବଲପୁରରୁ ଟିକେଟ୍‌ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଟିକେଟ୍‌ ଦିଆଯାଇ ନ ଥିଲା। ତାଙ୍କ ସ୍ଥାନରେ ରୋହିତ ପୂଜାରୀଙ୍କୁ ଟିକେଟ ଦିଆଯାଇଥିଲା। ଏଥିରେ ସେ ଅସନ୍ତୁଷ୍ଟ ଥିଲେ। ଯେଉଁଥିପାଇଁ ମଙ୍ଗଳବାର ସେ ବିଜେଡି ସୁପ୍ରିମୋଙ୍କ ନିକଟକୁ ସ୍ତଫାପତ୍ର ପଠାଇ ଦଳରୁ ଇସ୍ତଫା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *