Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀଙ୍କୁ ମାଗଣା ବସ୍ ଟିକେଟର ମାଳ , ଉପହାର ଦେଲେ ଛାତ୍ରୀ ..

1 min read

ମୁଖ୍ୟମନ୍ତ୍ରୀଙ୍କ ବେକରେ ପଡିଲା ବସ୍ ଟିକେଟର ମାଳ । ଏକଥା ଶୁଣିବା ପରେ ଆପଣ ଭାବୁଥିବେ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କ ବେକରେ ବସ୍ ଟିକେଟର ମାଳ ।ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏପରି ନିଆରା ଉପହାର ଦେଲେ ଆଇନ୍ ଛାତ୍ରୀ । ମାଗଣା ବସ୍ ଟିକେଟକୁ ସଂଗ୍ରହ କରି ସେଥିରେ ମାଳ କରି ମୁଖ୍ୟମନ୍ତ୍ରୀଙ୍କୁ ଗିଫ୍ଟ ଦେଇଛନ୍ତି ଛାତ୍ରୀ । ବାସ୍ତବରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଙ୍କୁ ଏପରି ଏକ ନିଆରା ଉପହାର ମିଳିଥିଲା । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଏକ ମାଗଣା ବସ ଟିକେଟରେ ତିଆରି ମାଳ ଉପହାର ସ୍ୱରୂପ ମିଳିଛି । ଜଣେ ଆଇନ ଛାତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ଏହି ଟିକଟ ମାଳ ଭେଟି ସ୍ୱରୂପ ଦେଇଛନ୍ତି ।

କର୍ଣ୍ଣାଟକର ଆଇନ ଛାତ୍ରୀ ଜୟଶ୍ରୀ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ ମାଗଣା ବସ ଟିକେଟ ହାର ଦେବା ସହ ସେ କହିଛନ୍ତି ଯେ , “ମହିଳାମାନଙ୍କ ପାଇଁ ମାଗଣାରେ ବସରେ ଯାତ୍ରା କରିବା ପାଇଁ ଯୋଜନା କରିଥିବାରୁ କଂଗ୍ରେସ ସରକାରଙ୍କୁ ଧନ୍ୟବାଦ । ଯାହାକୁ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ଲାଗୁ କରିଛନ୍ତି । ଏବେ ଆଇନ ପାଠ ପଢିବାରେ ମୋ ପାଇଁ ଅର୍ଥ ବାଧକ ସାଜୁନାହିଁ । ମୁଁ ମାଗଣାରେ ବସରେ ଯାଇପାରିଥିବାରୁ ଆଇନ ପାଠ ପଢିବାକୁ ସକ୍ଷମ ଅଟେ । ସେଥିପାଇଁ ମୁଁ ସବୁ ମାଗଣା ବସ୍ ଟିକଟ ରଖି ଏହାର ମାଳ ବନାଇଛି । ମୁଁ ଯେତେବେଳେ ଶୁଣିଲି ଆପଣ(ମୁଖ୍ୟମନ୍ତ୍ରୀ) ଅରାସିକେରେ ଆସୁଛନ୍ତି, ମୁଁ ସିଧା ଏହି ମାଳ ନେଇ ଏଠାକୁ ଆସିଛି ।”

Advertisement

ଯେତେବେଳେ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଆଶୀର୍ବାଦ ଦେଉଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ବିଭାଗ (ଆରଟିସି) ପକ୍ଷରୁ ରାଜ୍ୟର ମହିଳାମାନଙ୍କ ପାଇଁ ମାଗଣା ବସ ସେବା ଉପଲବ୍ଧ କରାଯାଇଛି । ଏହି ସେବା ଗତବର୍ଷ ଜୁନ ୧୧ ତାରିଖରେ ‘ଶକ୍ତି’ ଯୋଜନା ଆକାରରେ ରାଜ୍ୟରେ କଂଗ୍ରେସ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଛି । କଂଗ୍ରେସ ଦ୍ୱାରା ଘୋଷଣା କରାଯାଇଥିବା ୫ ଗ୍ୟାରେଣ୍ଟି ମଧ୍ୟରୁ ଏହି ‘ଶକ୍ତି’ ଯୋଜନା ମଧ୍ୟ ଅନ୍ୟତମ । ଏହି ଯୋଜନା ଦ୍ୱାରା ବିଶେଷ କରି କର୍ମଜୀବୀ ମହିଳା ଓ ଛାତ୍ରୀମାନେ ବିଶେଷ ଲାଭବାନ ହୋଇପାରୁଛନ୍ତି ।

Leave a Reply

Your email address will not be published. Required fields are marked *