Pratidin TV

Odisha's Digital News Platform

ଡିପଫେକ ମାମଲାକୁ ନେଇ ଥାନର ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ରଣବୀର ସିଂ

1 min read

ବର୍ତ୍ତମାନ ଲୋକସଭା ନିର୍ବଚନ ପାଇଁ ଦେଶର ପ୍ରତ୍ୟକ ଦଳ କସରତ କରିବାରେ ଲାଗିପଡିଛନ୍ତି | ନିକଟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଚାଲିଛି ନିର୍ବାଚନ ପ୍ରଚାର | ଆଉ ପ୍ରଚାର ପ୍ରସାରରେ ଦୁଲୁକୁଛି ପୁରା ମଇଦାନ | ଏହାରି ମଧ୍ୟରେ ପ୍ରଚାର ପାଇଁ ତାରକାମାନେ ନିର୍ଦ୍ଦିଷ୍ଟ ଦଳ ପାଇଁ ମଇଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଥାଏ | ଏବଂ ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ଏହା ଆହୁରି ଖୁବ ସହଜ ହୋଇଯାଇଛି | ଏଭଳି ପରିସ୍ଥିତିରେ ଅନେକ ତାରକାଙ୍କ ଭିଡ଼ିଓ ଏବେ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି | ଯେଉଁଥିରେ ତରକମାନେ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରି ପ୍ରଛଗାଁ କରୁଛନ୍ତି |

ପ୍ରଥମେ ଅମୀର ଖାନଙ୍କ ଭିଡ଼ିଓ ସାମ୍ନାକୁ ଆସିଥିବା ବେଳେ ଏବେ ରଣବୀର ସିଂଙ୍କ ଭିଡ଼ିଓ ଭାଇରାଲ ହେଉଛି | କିନ୍ତୁ ଅମୀର ଏହି ବିଡ଼ିଓଙ୍କୁ ନିରୋଧ କରିଥିଲେ | ଏବଂ ସେ କୌଣସି ଦଳକୁ ସମର୍ଥନ କରୁଥିବା ନେଇ କହିଥିଲେ | ପରେ ରଣବୀର ସିଂଙ୍କ ଭିଡ଼ିଓ ଆସିବା ପରେ ରଣବୀର ମଧ୍ୟ ଏହାକୁ କରିଛନ୍ତି ବିରୋଧ | ଏହାଯୋଗୁଁ ରଣବୀର ଥାନାର ହୋଇଛନ୍ତି ଦ୍ୱାରସ୍ତ |

Advertisement

ତେବେ ସୂଚନା ଅନୁସାରେ ରାନିବୀରଙ୍କ ଭାଇରାଲ ଭିଡ଼ିଓରେ ମିଳିଥିଲା ଯେ, ରଣବୀର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ଅନ୍ୟ ଦଳ ନେତାଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା | ତେବେ ବାସ୍ତବରେ ରଣବୀରଙ୍କ ଏହି ଭିଡ଼ିଓ ବାରଣାସୀ ଗସ୍ତର ଅଟେ | ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ | କିନ୍ତୁ ଏହି ଭିଡ଼ିଓକୁ AI ସାହାଯ୍ୟରେ ଏଡିଟ କରାଯାଇ ଏହି ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା | ଯାହା ଡିପଫେକ ମାମଲା ଅଟେ | ଡିପଫେକ ମାମଲାକୁ ନେଇ ରଣବୀର ସିଂ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ ବିରୋଧରେ FIR ପଞ୍ଜିକୃତ କରିଛନ୍ତି | ଏବଂ ନିଜ ପୋଷ୍ଟ ମାଧ୍ୟମରେ ଡିପଫେକ ଉପରେ ଚେତାବନୀ ଦଦେଇଛନ୍ତି ଅଭିନେତା ରଣବୀର |

Leave a Reply

Your email address will not be published. Required fields are marked *