Pratidin TV

Odisha's Digital News Platform

ଆସିଲା ଖୁସି ଖବର ଶସ୍ତା ହୋଇଗଲା ସୁନାଦର ..

1 min read

ଯଦି ଆପଣ ସୁନା କିଣିବା ପାଇଁ ଯୋଜନା କରୁଛନ୍ତି । ତେବେ ଏହି ଖବର କେବଳ ଆପଣଙ୍କ ପାଇଁ । ଏବେ ବିଳମ୍ବ ନକରି କିଣନ୍ତୁ ସୁନା । କାରଣ ଆଜି ଅର୍ଥାତ୍ ୨୩ ଏପ୍ରିଲରେ ବଜାର ବନ୍ଦ ବେଳକୁ ସୁନା ଓ ରୂପା ମୂଲ୍ୟରେ ପୁଣି ହ୍ରାସ ପାଇଛି । ଏପରି ପରିସ୍ଥିତିରେ, ଆପଣ ଏହି ସୁଯୋଗକୁ ଆଦୌ ହାତଛଡା କରିବା ଉଚିତ୍ ନୁହେଁ । ଆଜି ସୁନାର ମୂଲ୍ୟ ୧୫୩୦ ଟଙ୍କା ହ୍ରାସ ପାଇଥିବାବେଳେ ରୂପା ମୂଲ୍ୟ ମଧ୍ୟ ୨୫୦୦ ଟଙ୍କା ହ୍ରାସ ପାଇଛି ।

ଆସନ୍ତୁ ଜାଣିବା ଆଜିର ନୂଆ ଦର… ଆଜି ଦେଶରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୫୩୦ ଟଙ୍କା ହ୍ରାସ ପାଇବା ପରେ ୧୦ ଗ୍ରାମ ପିଛା ୭୨୧୬୦ ଟଙ୍କାରେ ପହଞ୍ଚିଛି । ଏଥି ସହିତ ୨୨ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ୧୦ ଗ୍ରାମ ପିଛା ୬୬୧୫୦ ଟଙ୍କାକୁ ଖସି ଆସିଛି । ଯେତେବେଳେ କି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୧୫୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମ ପିଛା ୫୪୧୨୦ ଟଙ୍କା ହୋଇଛି । ଗତକାଲି ଅର୍ଥାତ୍ ୨୨ ଏପ୍ରିଲରେ ମଧ୍ୟ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଥିଲା । ଗତକାଲି ସୁନା ମୂଲ୍ୟରେ ୫୫୦ ଟଙ୍କା ହ୍ରାସ ଘଟିଥିଲା । ଯେଉଁଠାରେ ରୂପା ମୂଲ୍ୟରେ ଏକ ହଜାର ଟଙ୍କା ହ୍ରାସ ମଧ୍ୟ ରେକର୍ଡ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *