Pratidin TV

Odisha's Digital News Platform

ଏମିତି ଭୁଲ୍ ଆଉ କେବେ ହେବନି , ସୁପ୍ରିମକୋର୍ଟର ଚେତାବନି ପରେ ପୁଣି ଥରେ କ୍ଷମା ମାଗିଲେ ବାବା ରାମଦେବ ..

1 min read

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ଯୋଗ ଗୁରୁ ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ବାଲକୃଷ୍ଣ ପୁଣିଥରେ ବୁଧବାର ଅର୍ଥାତ୍ ଏପ୍ରିଲ ୨୪ ତାରିଖ ଦିନ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ କ୍ଷମା ମାଗିଛନ୍ତି । ବିଜ୍ଞାପନର ଆକାରକୁ ନେଇ ସୁପ୍ରିମକୋର୍ଟ ଗତକାଲି ଯୋଗ ଗୁରୁ ବାବା ରାମଦେବ ଓ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପରେ ବର୍ଷିଥିଲେ । ବିଜ୍ଞାପନର ଆକାର ଯେତିକି ବଡ଼ ଥିଲା କ୍ଷମା ପ୍ରାର୍ଥନାର ଆକାର ବି ସେତିକି ବଡ଼ କି ବୋଲି ଖଣ୍ଡପୀଠ ପଚାରିଥିଲେ । ଏହାପରେ ଆଜି ପତଞ୍ଜଳି ତରଫରୁ ବଡ଼ ଆକାରର କ୍ଷମା ପ୍ରାର୍ଥନା ବିଜ୍ଞାପନ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଛି ।

ଏହି କ୍ଷମା ପ୍ରାର୍ଥନା ବିଜ୍ଞାପନରେ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ଆମେ ଆମ ବ୍ୟକ୍ତିଗତ ସ୍ତରରେ ତଥା ପତଞ୍ଜଳି ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ । ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରି ଆମେ ଯେଉଁ ତ୍ରୁଟି କରିଛୁ, ଭବିଷ୍ୟତରେ କେବେ ବି ଏପରି ତ୍ରୁଟି ଆଉ ହେବନି ବୋଲି ଆମେ ପ୍ରତିଶ୍ରୁତି ଦେଉଛୁ । ଏହା ମଧ୍ୟ କୁହାଯାଇଛି ଯେ, ୨୨ ନଭେମ୍ବର ୨୦୨୩ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ପାଇଁ ମଧ୍ୟ ଆମେ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛୁ । ଆମର ବିଜ୍ଞାପନ ପ୍ରକାଶ କରିବାରେ ଭୁଲ୍ ହୋଇଯାଇଛି । ଯେଉଁଥି ପାଇଁ ଆମ କମ୍ପାନୀ ପକ୍ଷରୁ କ୍ଷମା ମାଗୁଛୁ । ଏଥିରେ ଆହୁରି କୁହାଯାଇଛି ଯେ, ଏପରି ଭୁଲ୍ ଆଉ ପୁନରାବୃତ୍ତି ହେବ ନାହିଁ । ତେବେ ଭବିଷ୍ୟତରେ ଏପରି ଘଟଣା ଆଉ ଘଟିବ ନାହିଁ ବୋଲି ଯୋଗ ଗୁରୁ ରାମଦେବ ଏବଂ ବାଲକ୍ରିଷ୍ଣା କହିଛନ୍ତି । ଉଭୟ କହିଛନ୍ତି ଯେ ଆମେ କୋର୍ଟର ନିର୍ଦ୍ଦେଶ ପାଳନ କରିବୁ ବୋଲି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *