Pratidin TV

Odisha's Digital News Platform

ବାପାଙ୍କ ସ୍ଥାନରେ ନିର୍ବାଚନ ଲଢିବେ ଝିଅ ସୋଫିଆ !

1 min read

କଟକ ; ସୁପ୍ରିମକୋର୍ଟରୁ ମୋକିମଙ୍କୁ ଜାମିନ ମିଳିବା ପରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଖବର ଅନୁଯାୟୀ ମୋକମଙ୍କୁ ORHDC ର୍ଦୁନୀତି ମାମଲାରେ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ତେବେ ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି ।

ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ କିନ୍ତୁ ଲଢିପାରିବେ ନାହିଁ ମୋକିମ୍ । ତେଣୁ ଏଥର ମୋକିମଙ୍କ ସ୍ଥାନରେ ତାଙ୍କ ପରିବାରରୁ ଝିଅ ଲଢିବା ନେଇ ଚାଲିଆଡେ ଚର୍ଚ୍ଚା ଚାଲିଛି । ଏଥର କଟକ-ବାରବାଟୀରୁ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିରଦୋସ୍ ନିର୍ବାଚନ ଲଢିବେ କି ନାହିଁ ଏନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା । କଟକ-ବାରବାଟୀରୁ କାହାକୁ ମିଳିବ ଟିକେଟ୍ ଏହାକୁ ନେଇ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବାବେଳେ ସୋଫିଆଙ୍କୁ ପ୍ରାର୍ଥୀ କରାଯିବ କି ନାହିଁ ସେନେଇ କୌଣସି ଚୂଡାନ୍ତ ନିଷ୍ପତି ହୋଇ ନଥିବା କହିଛନ୍ତି ମହମ୍ମଦ ମୋକିମ୍ ।

Advertisement

Leave a Reply

Your email address will not be published. Required fields are marked *