Pratidin TV

Odisha's Digital News Platform

ପରୀକ୍ଷା ଫଳ ଦେଖୁ ଦେଖୁ ବେହୋସ ହେଲେ ଛାତ୍ର , ICU ରେ ହେଉଛନ୍ତି ଚିକିତ୍ସିତ ..

1 min read

ଉତ୍ତରପ୍ରଦେଶ ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଛାତ୍ରମାନେ ଅନେକ ଦିନ ଧରି ୟୁପି ବୋର୍ଡ ପରୀକ୍ଷାର ଫଳାଫଳକୁ ଅପେକ୍ଷା କରିଥିଲେ । ବର୍ତ୍ତମାନ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଶ୍ରେଣୀ ଦଶମ ଛାତ୍ର ତାଙ୍କ ବୋର୍ଡ ଫଳାଫଳ ଦେଖିବା ପରେ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା ଯେଉଁଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡିଲା । ଆପଣ ନିଶ୍ଚୟ ଭାବୁଥିବେ ଯେ ଏହି ଛାତ୍ରଟି ପରୀକ୍ଷାରେ ଫେଲ ହୋଇଯାଇଛି କିମ୍ବା ତାର ମାର୍କ କମ୍ ରହିଛି , ଯଦି ଆପଣ ଏମିତି ଭାବୁଛନ୍ତି ତାହେଲେ ଆପଣଙ୍କ ଏହା ପୁରାପୁରି ଭୁଲ ଧାରଣା ।

ଛାତ୍ରଟିକୁ ୯୩.୫% ମାର୍କ ମିଳିଛି । ଛାତ୍ରଟି ଭଲ ମାର୍କରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ତାଙ୍କର ଫଳାଫଳ ଦେଖିବା ପରେ ଛାତ୍ର ଜଣକ ବେହୋସ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଛାତ୍ରମାନେ ୧୨ଟା ଠାରୁ ସେମାନଙ୍କର ବୋର୍ଡ ଫଳାଫଳକୁ ଅପେକ୍ଷା କରିଥିଲେ । ସମସ୍ତେ ୨ ଘଣ୍ଟା ଅପେକ୍ଷା କରିଥିଲେ । ଫଳାଫଳ ଅପରାହ୍ନ ୨ଟାରେ ଘୋଷଣା କରାଯାଇଥିଲା । ପାଲାମପୁର ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସୁନୀଲ କୁମାରଙ୍କ ପୁଅ ଅନସୁଲ କୁମାର ମଧ୍ୟ ତାଙ୍କ ପରୀକ୍ଷା ଫଳାଫଳକୁ ଅପେକ୍ଷା କରିଥିଲେ । ସେ ମୋଦୀପୁରମର ମହାରାଣୀ ଦିନାନନ୍ଦ ଇଣ୍ଟର କଲେଜରେ ଦଶମ ଶ୍ରେଣୀ ଛାତ୍ର ଥିଲେ । ଛାତ୍ରଜଣଙ୍କ ଯେତେବେଳେ

Advertisement

ଲାପଟପ୍ ଖୋଲି ବୋର୍ଡ ନମ୍ବର ଯାଞ୍ଚ କରିବା ଆରମ୍ଭ କରିଥିଲେ । ତା’ପରେ ଛାତ୍ରଟି ହଠାତ୍ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ସଙ୍ଗେ ସଙ୍ଗେ ଛାତ୍ରଙ୍କ ନିକଟକୁ ଯାଇ ଦେଖିଲେ ଯେ ଲାପଟପରେ ଛାତ୍ରଙ୍କ ରେଜଲ୍ଟ ବାହାରିଛି ଏବଂ ସେ ୯୩.୫% ପାଇଛନ୍ତି । ପରିବାର ଲୋକେ ହୋସ କୁ ଆଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଛାତ୍ରଙ୍କ ହୋସ୍ ଫେରି ପାଇଲା ନାହିଁ । ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ । ଛାତ୍ରଙ୍କ ଗୁରୁତର ଅବସ୍ଥା ଦେଖି ଏଠାରେ ଥିବା ଡାକ୍ତରମାନେ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିଥିଲେ । ଏପରିକି ପରିବାର ସଦସ୍ୟମାନେ ହଠାତ୍ ଛାତ୍ରଙ୍କ ସହିତ କ’ଣ ଘଟିଲା ତାହା ବୁଝିବାକୁ ସକ୍ଷମ ନୁହଁନ୍ତି? ତେବେ ଡାକ୍ତରଙ୍କ ଅନୁସାରେ ସେ ଏବେ ବିପଦମୁକ୍ତ ଅଛନ୍ତି । ଅନ୍ୟପକ୍ଷରେ, ଲୋକମାନେ କହିଛନ୍ତି ଯେ ବୋଧହୁଏ ଛାତ୍ର ଜଣକ ଅଧିକ ମାର୍କ ଆଶା କରିଥାଇପାରେ ଏବଂ ତାଙ୍କ ଆଶା ଅନୁଯାୟୀ କମ୍ ମାର୍କ ଯୋଗୁଁ ଚେତା ହରାଇଛନ୍ତି ।

Leave a Reply

Your email address will not be published. Required fields are marked *