ବଦଳିଲା ନିୟମ , ଏବେ ଆଇପିଏଲ ଦେଖିବାପାଇଁ ଦେବାକୁ ପଡିବ ଟଙ୍କା …
1 min readଏପ୍ରିଲ ଠୁ ବଦଳିବାକୁ ଯାଉଛି ଆଇପିଏଲର ନିୟମ । ଏବେ ଆଇପିଏଲ ଦେଖିବା ପାଇଁ ଦେବାକୁ ପଡିବ ଟଙ୍କା । ଆଉ ମାଗଣାରେ ଦେଖିପାରିବେନି ଆଇପିଏଲ । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଜିଓ ସିନେମା ନିଜ ଉପଭୋକ୍ତାମାନଙ୍କ ପାଇଁ ଆଣିବାକୁ ଯାଉଛି ନୂଆ ପ୍ଲାନ୍ । କମ୍ପାନୀ ପକ୍ଷରୁ ଏନେଇ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । । ଏଥିରେ ଉପଭୋକ୍ତାମାନେ ଏକ ବିଜ୍ଞାପନମୁକ୍ତ ଅଭିଜ୍ଞତା ପାଇପାରିବେ । ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଜିଓ ପ୍ଲାଟଫର୍ମରେ IPL ଦେଖିବା ଏଣିକି ଟଙ୍କା ଦେବା ପାଇଁ ପଡିପାରେ । ହେଲେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ‘ଔସକ୍ଟଉସଦ୍ଭରଜ୍ଞବ ଢ’ ରେ ଏକ ଛୋଟ ଭିଡିଓ ସେୟାର କରାଯାଇଛି ।
ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି ଯେ, ମ୍ୟାଚ୍ ମଝିରେ ଆସୁଥିବା ବିଜ୍ଞାପନ ପାଇଁ ବିରକ୍ତ ହେଉଛନ୍ତି ୟୁଜର୍ସ ଏବଂ କେବେଳ ବିଜ୍ଞାପନ ଦେଖି ଦେଖି ଥକି ଯାଉଛନ୍ତି । ତେଣୁ ନିଜ ଗ୍ରାହକଙ୍କ ସୁବିଧା ପାଇଁ ଏପ୍ରିଲ ୨୫ ତାରିଖରେ ଏକ ନୂତନ ବିଜ୍ଞାପନମୁକ୍ତ ପ୍ଲାନ୍ ଆଣିବା ପାଇଁ ଯାଉଛି କମ୍ପାନୀ । ଏଥିରେ ଏକ ଫ୍ୟାମିଲି ପ୍ୟାକ୍ ମଧ୍ୟ ରହିଛି । ସାଧାରଣତଃ ଆଇପିଏଲ୍ ମ୍ୟାଚ୍ ଦେଖିବା ମଝିରେ ଅନେକ ବିଜ୍ଞାପନ ଆସିଥାଏ, ଯାହା ଉପଭୋକ୍ତାଙ୍କ ଆପିଏଲ ଦେଖିବା ମଜାରେ ବାଧକ ସୃଷ୍ଟି କରିଥାଏ ।ବର୍ତ୍ତମାନ ଲୋକମାନେ ଜିଓ ସିନେମାରେ ମାଗଣାରେ ଆଇପିଏଲ୍ ଦେଖିପାରିବେ, କିନ୍ତୁ ଆଗକୁ ଆଡ୍ ମୁକ୍ତ ମ୍ୟାଚ୍ ଦେଖିବା ପାଇଁ ହେଲେ ଜିଓ ଏକ ସ୍ୱତନ୍ତ୍ର ପ୍ଲାନ୍ ଆଣିପାରେ । ତେବେ ଏପର୍ଯ୍ୟନ୍ତ ଜିଓ’ପକ୍ଷରୁ ଏନେଇ କୌଣସି ସୂଚନା ପ୍ରକାଶ ପାଇ ନାହିଁ ।