Pratidin TV

Odisha's Digital News Platform

କେନ୍ଦ୍ର ସରକାରଙ୍କ ବଡ ଯୋଜନା : ସବୁ ରାଜ୍ୟରେ ଲାଗୁ ହେବ ‘ନୂଆ ଲେବର କୋଡ ’ ସପ୍ତାହରେ ମିଳିବ ୩ ଦିନ ଛୁଟି

1 min read

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାରା ରାଜ୍ୟରେ ନୂଆ ଲେବର କୋଡ ଆଣିବାକୁ ଯାଉଛନ୍ତି । ଯାହାଦ୍ୱାରା ଚାକିରି କରୁଥିବା ଲୋକମାନଙ୍କ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟ ମଧ୍ୟରେ ସମନନ୍ୱୟ ରକ୍ଷା କରାଯିବା ନେଇ ଏହି ଯୋଜନାଟି କରାଯାଇଛି । କିନ୍ତୁ ଏହି ଲେବର କୋଡ ଦେଶରେ କେବେଠାରୁ ଲାଗୁ କରାଯିବ ସେ କଥା ଏଯାଏ ପୁରାପୁରି ସ୍ପଷ୍ଟ କରିନାହାନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନିୟମ ୨୦୨୩ ବର୍ଷର ଆରମ୍ଭ ମଧ୍ୟରେ ଲାଗୁ କରାଯିବ ବୋଲି ସୂଚନା ମିଳୁଛି ।

ଏହି ନୂଆ କୋଡ ଲାଗୁ ହେବା ପରେ ଚାକିରିଆ ମାନଙ୍କର ଦରମା ଓ ସପ୍ତାହିକ ଛୁଟିରେ ପରିବର୍ତ୍ତନ କରାଯିବ । କେନ୍ଦ୍ର ସରକାର ଏହି ନିୟମକୁ ଏକା ସାଙ୍ଗରେ ସବୁ ରାଜ୍ୟରେ ଲାଗୁ କରିବା ନେଇ ଯୋଜନା କରିଛନ୍ତି । ଲୋକମାନଙ୍କର ବ୍ୟକ୍ତିଗତ ଜୀବନ ଓ କାମ ମଧ୍ୟରେ ଏକ ସମତଳ ସ୍ଥିତି ଆଣିବା ପାଇଁ ଏହି ଯୋଜନା କରାଯାଉଛି । ତେବେ ଏହି ନୂଆ ଲେବର କୋଡରେ ଆଉ ୪ ଟି ନୂଆ କୋଡ ସାମିଲ କରିବେ କେନ୍ଦ୍ରସରକାର ଯଥା-

Advertisement

୧-ପାରିଶ୍ରମିକ
୨-ସାମାଜିକ ସୁରକ୍ଷା
୩-ଶିଳ୍ପ ସମ୍ବଦ୍ଧୀୟ ସମ୍ପର୍କ
୪-ବୃତ୍ତିଗତ ସୁରକ୍ଷା

ଏହି ସବୁ ଲେବର କୋଡ ଲାଗୁ ହେବା ପରେ ଚାକିରି କରୁଥିବା ଲୋକମାଙ୍କୁ ସପ୍ତାହିକ ୩ ଦିନଆ ଛୁଟି ମିଳିବ । ଯେଉଁ ୪ ଦିନ ସେମାନେ କାମ କରିବେ ସେଥିରେ କାର୍ଯ୍ୟକରିବାର ସମୟ ଅବଧିକୁ ବୃଦ୍ଧି କରିଦିଆଯିବ । ସପ୍ତାହରେ ୪ ରେ ପ୍ରତ୍ୟକ ଦିନ ୧୨ ଘଣ୍ଟା କାମ କରିବାକୁ ପଡିବ । ମାନେ ୪ ଦିନରେ ସର୍ବମୋଟ ୪୮ ଘଣ୍ଟା କାମ କରିବେ କର୍ମଚାରୀ ମାନେ ।

ଏହାପରେ ଛୁଟି କୁ ନେଇ ଆଉ ଏକ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଯଦି କୌଣସି ସଂସ୍ଥା ବା ଅଫିସରେ କର୍ମଚାରୀ ମାନେ ଲମ୍ବା ଛୁଟି ନେବାକୁ ଚାହାନ୍ତି ସେମାନେ ବର୍ଷରେ ୨୪୦ ଦିନ କାମ କରିବା ନିହାତି ଜରୁରୀ । କିନ୍ତୁ ଏହି ନୂଆ କୋଡ ଲାଗୁ ହେବା ପରେ କର୍ମଚାରୀମାନେ ୧୮୦ ଦିନ କାମ କରିବା ପରେ ଲମ୍ବା ଛୁଟି ନେଇପାରିବେ । ଏହା ସହ ସମସ୍ତ କର୍ମଚାରୀଙ୍କ ମୌଳିକ ଦରମା ସେମାନଙ୍କ ସର୍ବମୋଟ ଦରମାର ୫୦ ପ୍ରତିଶତରୁ ଅଧିକ ହୋଇଯିବା, ମାନେ ପିଏଫ୍ କୁ ବଢାଯିବ । ଏହାଦ୍ୱାର କର୍ମଚାରୀମାନେ ରିଟାୟାରମେଣ୍ଟ ସମୟରେ ବହୁପରିମାଣରେ ଟଙ୍କା ପାଇବେ ଯାହଦ୍ୱାର ସେମାନଙ୍କ ଭବିଷ୍ୟାତ ଆର୍ଥିକସ୍ଥିତି ମଜବୁତ ରହିବ ।

ତେବେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ନିକଟରେ କହିଛନ୍ତି କି ପୁରୁଷ ଓ ମହିଳା ମାନେ ସମାନ ପରିମାଣରେ ପରିଶ୍ରମ କରୁଛନ୍ତି । ସେମାନଙ୍କ ପରିଶ୍ରମକୁ ସୁନିଶ୍ଚିତ କରିବା ପାଇଁ ଅକ୍ୟୁପେସନାଲ ସେଫଟି ଆଣ୍ଡ ୱେଜ ଷ୍ଟାଣ୍ଡାର୍ଡ ଉପରେ ବିଚାର କରାଯାଇଛି । ଏହା ସହ ୨୯ ଭିନ୍ନ ଭିନ୍ନ ଅଧିନିୟମକୁ ୪ ଟି ନୂଆ ଲେବର କୋର୍ଡରେ ପରିବର୍ତ୍ତିତ କରିଦିଆଯାଇଛି ।

Leave a Reply

Your email address will not be published. Required fields are marked *