Pratidin TV

Odisha's Digital News Platform

୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କଲା ଏସଟିଏଫ୍‌

1 min read

ଭୁବନେଶ୍ୱର : ରାଜ୍ୟରେ ପୁଣି ନକଲି ନୋଟର ଚାଲାଣର ବଡ ରାକେଟ୍ କୁ ଧରିଛି ଏସଟିଏଫ୍ । ରାଉଲକେଲାରୁ ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ ଜବତ କରିଛି ଟିମ୍ । ସୂଚନା ଅନୁଯାୟୀ ରାଉଲକେଲାର ସେକ୍ଟର ୧୫ ଥାନା ଅଞ୍ଚଳରୁ ଏହି ନକଲି ନୋଟକୁ ଆଜି ଜବତ କରାଯାଇଛି । ରାଉଲକେଲା ପୋଲିସ ଏବଂ ଏସଟିଏଫ୍ ର ମିଳିତ ଉଦ୍ୟମରେ ଏହି ନକଲି ନୋଟର ପର୍ଦାଫାସ କରାଯାଇଛି । ଏହି ନକଲି ନୋଟ ଜବତ କଲାବେଳେ ଟିମ୍ ସେକ୍ ଅହମଧ ନାମକ ଜଣେ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଛି ।

ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ରାଉଲକେଲା ପୋଲିସ ଓ ଏସଟିଏଫ୍ ଆଜି ସକାଳ ସମୟରେ ସେକ୍ଟର ୧୫ ଥାନା ଅଧୀନ ସେକ୍ଟର ୧୭ ସ୍ଥିତ ଏକ ଘରେ ଚଢାଉ କରିଥିଲା । ସେଠାରେ ସେକ୍ ଅହମଦ ସହ ୧୬ଲକ୍ଷ ୧୧ ହଜାର ନକଲି ନୋଟ ଏବଂ ଏକ ଲ୍ୟାପଟପ୍ ଓ କଲର ପ୍ରିଣ୍ଟର ମେସିନ ସହ ଅନ୍ୟାନ ଜିନିଷ ଜବତ କରିଛି ଟିମ୍ ।

Advertisement

Leave a Reply

Your email address will not be published. Required fields are marked *