Pratidin TV

Odisha's Digital News Platform

ବିଗ ବିଙ୍କୁ ମିଳିବ ଲତା ଦିନାନାଥ ମଙ୍ଗେସକର ଆୱାର୍ଡ

1 min read

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ | ତେବେ ଅମିତାଭ ବଚ୍ଚନଙ୍କ ସ୍ୱର ଠାରୁ ଆରମ୍ଭ କରି ତାଙ୍କ ଅଭିନୟର କୋଟି କୋଟି ଅଛନ୍ତି ପ୍ରଶଂସକ | ତେବେ ବଲିଉଡର ମେଗାଷ୍ଟାରଙ୍କୁ ବୁଧବାର ଦିନ ମୁମ୍ବାଇ ଦୀନାନାଥ ମଙ୍ଗେସକର ଉତ୍ସବରେ ଲତା ଦୀନାନାଥ ମଙ୍ଗେସକର ପୁରସ୍କାର ସମ୍ମାନରେ ସଂମ୍ମାନିତ କରଯାଇଛି |

ମୁମ୍ବାଇରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସିନେମାର ଅତୁଳନୀୟ ଅବଦାନ ପାଇଁ ଅମିତାଭ ବଚ୍ଚନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା | ତେବେ ମଙ୍ଗେଶକରଙ୍କ ଭାଈ-ଭଉଣୀମାନେ ତୃତୀୟ ବଡ଼ ଗାୟକ ତଥା ଉଷା ମଙ୍ଗେସକର ଅମିତାଭ ବଚ୍ଚନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ |

Advertisement

ସ୍ବର୍ଗତ ଗାୟିକା ଲତା ମଙ୍ଗେଶକରଙ୍କୁ ସ୍ମରଣ କରୁଥିବା ବେଳେ ବିଗ ବି ତାଙ୍କ ହୃଦୟସ୍ପର୍ଶୀ ଭାବନା କରିଥିଲେ ପ୍ରକାଶ | ସେ କହିଥିଲେ କି, ଯେଉଁ ସମୟରେ ମୁଁ ଲତାଜିଙ୍କୁ ଭେଟିଥିଲେ ଏବଂ ଯେତେବେଳେ ସେ ମୋ ପରିବାର ସହ ଭେଟିଥିଲେ ସେହି ସମୟରେ ତାଙ୍କ ପ୍ରତି ଥିବା ମୋ ସ୍ନେହ ଏକ ଭିନ୍ନ ପ୍ରକାର ଥିଲା |

ତେବେ ଥିଏଟର ସଙ୍ଗୀତଜ୍ଞ କିମ୍ବଦନ୍ତୀ ତଥା ମଙ୍ଗେସକର ଭାଇ ଭଉଣୀମାନେ ତାଙ୍କ ପିତା ଦୀନାନାଥ ମଙ୍ଗେଶକରଙ୍କ ସ୍ମୃତି ଦିବସକୁ ୨୪ ଏପ୍ରିଲରେ ପାଳନ କରାଯାଇଥିଲା | ଏହି ଅବସରରେ ଅମିତାଭ ବଚ୍ଚନଙ୍କୁ ସମ୍ମାନରେ ସମ୍ମାନିତ କରାଯାଇଥିଲା | ପୁରସ୍କାର ପାଇବା ପରେ ଅମିତାଭ ବଚ୍ଚନ ମଙ୍ଗେସକର ପରିବାରକୁ ଧନ୍ୟବାଦ ଜଣାଇଥିଲେ |

Leave a Reply

Your email address will not be published. Required fields are marked *