Pratidin TV

Odisha's Digital News Platform

ବିନା ଇଣ୍ଟରନେଟ୍ ରେ କେମିତି ଚଳାଇବେ ହ୍ୱାଟ୍ସଆପ୍ , ଆସନ୍ତୁ ଜାଣିବା …

1 min read

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟକ ଦିନ କିଛି ନା କିଛି ନୂଆ ପରିବର୍ତତ୍ନ ହେଉଛି । ୟୁଜର୍ସମାନଙ୍କ ସୁବିଧାକୁ ନଜରରେ ରଖି ଅନେକ ପ୍ରକାର ଫିଚର ବାହାର କରୁଛନ୍ତି । ଯାହାଦ୍ୱାରା ଲୋକମାନେ ଟେକ୍ନୋଲୋଜିର ଲାଭ ଉଠାଇପାରିବେ । ଆଧୁନିକ ଆଡକୁ ଗତି କରୁଛି ଏବଂ ମୋବାଇଲ ୟୁଜରମାନେ ସହଜ ଓ ସରଳ ଉପାୟରେ ଏବଂ ହ୍ୱାଟ୍ସଆପ ବ୍ୟବହାର କରିପାରିବେ । ହେଲେ ଏଥିପାଇଁ ଲୋକମାନଙ୍କୁ ଇଣ୍ଟରନେଟ୍ ର ଆବଶ୍ୟକତା ରହିଛି । କିନ୍ତୁ ଏବେ ହ୍ୱାଟ୍ସ ଆପ୍ ରେ ଅନେକ ପରିବର୍ତ୍ତନ ହୋଇଛି । ଏବେ ବର୍ତ୍ତମାନ ବିନା ଇଣ୍ଟରନେଟ୍ ରେ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ । ଆପଣ କେବେ ଏଭଳି କଥା ହୁଏତ ଭାବିନଥିବେ ।

ବିନା ଇଣ୍ଟରେନଟରେ କିପରି କରିବେ ହ୍ୱାଟ୍ସଆପ ଚାଟିଂ । ଏହା କିପରି ସମ୍ଭବ ଆପଣ ନିଶ୍ଟିତ ଏପରି ଭାବୁଥିବେ । କିନ୍ତୁ ଏଭଳି କିଛି ସତରେ ହେବାକୁ ଯାଉଛି । କାରଣ ହ୍ୱାଟ୍ସ ଆପ ଆଣୁଛି ନୁଆ ଫିଚର । ଏହା ସାହାଯ୍ୟରେ ଉପଭୋକ୍ତାମାନେ ବିନା ଇଣ୍ଟରନେଟରେ ଫଟୋ ଏବଂ ଭିଡିଓ ସେୟାର କରିପାରିବେ । ଏହି ସ୍ୱତନ୍ତ୍ର ଫିଚରରେ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ନେଟୱାର୍କ ସାହାଯ୍ୟରେ ଫାଇଲ୍‌, ଫଟୋ ଏବଂ ଭିଡିଓ ସେୟାର କରିବାର ବିକଳ୍ପ ମିଳିବ । ଏଥିରେ ଇଣ୍ଟରନେଟର ବାଇପାସ୍ କରାଯାଏ । ଡଇଈରଗ୍ଧବଓଦ୍ଭଲକ୍ଟର ରିପୋର୍ଟ ଅନୁଯାୟୀ, ହ୍ୱାଟସଆପ୍ ଖୁବ୍ ଶୀଘ୍ର ଲୋକାଲ ଫାଇଲ୍ ସେୟାରିଂ ଫିଚର ଆଣିପାରେ । ଯାହା ସାହାଯ୍ୟରେ ଉପଭୋକ୍ତାମାନେ ଫଟୋ, ଭିଡିଓ ଏବଂ ଡକ୍ୟୁମେଣ୍ଟ୍ ସେୟାର କରିପାରିବେ ।

Advertisement

ଏଥିପାଇଁ ଉପଭୋକ୍ତାମାନେ ‘ନିଅରବାଏ’ ଫିଚରର ଆବଶ୍ୟକ ପଡିବ । ‘ନିଅରବାଏ’ ଅପସନ ଅନ୍ କରିବା ପରେ, ଉପଭୋକ୍ତାମାନେ ସେମାନଙ୍କର ଫାଇଲ୍ ସେୟାର କରିପାରିବେ । ହ୍ୱଟସଆପ୍ ବ୍ୟବହାରକାରୀଙ୍କୁ ପ୍ରଥମେ ସେଟିଂକୁ ଯାଇ ବ୍ଲୁଟୁଥ୍ ଅନ କରିବାକୁ ପଡିବ । ଏହା ପରେ ସେ ଏହି ଫାଇଲଗୁଡ଼ିକୁ ଅନ୍ୟ ଜଣଙ୍କୁ ପଠାଇ ପାରିବେ । ରିପୋର୍ଟ ଅନୁଯାୟୀ, ଏହି ଫିଚରକୁ କାମ କରିବା ପାଇଁ ଆପକୁ ଆଣ୍ଡ୍ରଏଡର ଅନୁମତି ନେବାକୁ ପଡିବ । ଅଫଲାଇନ୍ ଫାଇଲଗୁଡିକ ସେୟାର କରିବାକୁ ଏହା ଆବଶ୍ୟକ ଯେ, ଯେଉଁ ଡିଭାଇସ୍ ସହିତ ଆପଣ ଫାଇଲ୍ ସେୟାର କରୁଛନ୍ତି ସେଥିରେ ଅଫଲାଇନ୍ ଫାଇଲ୍ ସେୟାରିଂ ଫିଚର ମଧ୍ୟ ଉପଲବ୍ଧ ଥିବା ଆବଶ୍ୟକ । ରିପୋର୍ଟ ଅନୁଯାୟୀ, ନିକଟସ୍ଥ ଡିଭାଇସକୁ ଚିହ୍ନଟ କରିବା, କନେକ୍ସନ କରିବା ଏବଂ ତା’ର ସ୍ଥିତି ବିଷୟରେ ଜାଣିବା ପାଇଁ ଅନୁମତି ଆବଶ୍ୟକ ହେବ । ଏପରି ପରିସ୍ଥିତିରେ, ଉପଭୋକ୍ତାମାନେ ଯେତେବେଳେ ଚାହିଁବେ ଏହି ଅନୁମତିକୁ ବନ୍ଦ କରିପାରିବେ । ସମ୍ପ୍ରତି, ଏହି ଫିଚର ଉପରେ କାର୍ଯ୍ୟ ଚାଲିଛି ଏବଂ ଖୁବଶିଘ୍ର ଏହା ସମସ୍ତ ଉପଭୋକ୍ତାଙ୍କ ଫୋନରେ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *