ବିମାନବନ୍ଦରରେ ଆଶ୍ଚର୍ଯ୍ୟାକର ଘଟଣା : ୩୦ ଫୁଟ ଉପରକୁ ଉଠି ବିମାନବନ୍ଦର ଭିତରେ ପଶିଲା କାର୍
1 min readଭୁବନେଶ୍ୱର : ଗତକାଲି ବିଳମ୍ବିତ ରାତିରେ ଏପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଯାହାକୁ ଶୁଣିଲା ମାତ୍ରେ ହିଁ ଆପଣମାନେ ଚକିତ ହୋଇଯିବେ । ଏହାକୁ ଶୁଣି ଆପଣ ମାନଙ୍କୁ ବଲିଉଡର ‘ଟାର୍ଜନ ଦ ୱାଣ୍ଡର କାର’ ଫିଲ୍ମର କିଛି ସିନର ସ୍କ୍ରିନପ୍ଲେ ଭଳି ଲାଗିବ । ଗତକାଲି ଭୁବନେଶ୍ୱର ବିମାନବନ୍ଦରର ହାଇ ସିକ୍ୟୁରିଟି ଜୋନରେ ଏକ ଦୁର୍ଘଟଣା ଘଟିଯାଇଛି । ଯାହାକି ବର୍ତ୍ତମାନ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ କାର୍ଟି ଦ୍ରୁତ ଗତିରେ ଆସି ବିମାନବନ୍ଦରର ସିକ୍ୟୁରିଟି କେବିନ ନଂ ୧ ନିକଟରେ ଥିବା ଡିଭାଇଡରରେ ପିଟି ହୋଇ ପ୍ରାୟ ୩୦ ଫୁଟ୍ ଉପରକୁ ଉଠିଯାଇଥିଲା । ଏହାପରେ ଏକ ଗଛକୁ ଧକ୍କା ଦେଇ ବିମାନବନ୍ଦରର ପାଚେରି ଭାଙ୍ଗି ଏୟାରପୋର୍ଟ ଭିତରକୁ ପଶିଯାଇଥିଲା । ସେହି କାରରରେ ୪ ଜଣ ବ୍ୟକ୍ତି ଥିବା ଜଣାପଡିଛି ।
ହେଲେ ଏଠି ଆଶ୍ଚର୍ଯ୍ୟାର କଥା ଏଇଟା ଯେ କାରଟି ଏଡେ ବଡ ଧରଣର ଦୁର୍ଘଟଣା ଘଟାଇଥିଲେ ମଧ୍ୟ କାରରରେ ଉପସ୍ଥିତ ଥିବା ୪ ଜଣ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିଲେ । ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି । କିନ୍ତୁ କାରରେ ଥିବା ୪ ଜଣ ଯୁବକଙ୍କର କୌଣସି କ୍ଷତି ପହଞ୍ଚିନାହିଂ । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାରଟିକୁ ଜବତ କରି ତଦନ୍ତ ଚଳାଇ ସେହି ୪ ଜଣ ଯୁବକଙ୍କୁ ପଚରାଉଚରା ଚଲାଇଛି ।