ନିର୍ବାଚନ ଲଢିବା ପୂର୍ବରୁ ଅଯୋଧ୍ୟା ଯିବେ ରାହୁଲ-ପ୍ରିୟଙ୍କା , କରିବେ ରାମଲଲାଙ୍କର ଦର୍ଶନ ..
1 min readଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ୨୦୨୪ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ମତଦାନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ କେରଳର ୱାୟନାଡରେ ମଧ୍ୟ ମତଦାନ ହେବ ।
ଏହି ଆସନରୁ ରାହୁଲ ଗାନ୍ଧି ପୁଣିଥରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ତାଙ୍କର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ନେତା ଆନି ରାଜାଙ୍କ ସହ ହେବ ହାଇଭୋଲ୍ଟେଜ ର ଲଢେଇ । ହେଲେ ଏହାରି ଭିତରେ ବି ଉତ୍ତର ପ୍ରଦେଶର ଦୁଇଟି ହାଇ ପ୍ରୋଫାଇଲ୍ ଆସନ ରାୟବରେଲି ଏବଂ ଆମେଠି ଉପରେ ରହିଛି ସମସ୍ତଙ୍କ ନଜର । ଏହି ଦୁଇଟି ଆସନ ପାଇଁ ଏପ୍ରିଲ ୨୬ରୁ ଆରମ୍ଭ ହେବ ନାମାଙ୍କନ । ସୂତ୍ରରୁ ପ୍ରକାଶ, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଆମେଠି ଏବଂ ରାୟବରେଲି ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । ସୂଚନାମିଳିଛି ଯେ ଏହି ଆସନଗୁଡ଼ିକରେ ପ୍ରାର୍ଥୀ ଘୋଷଣା ପୂର୍ବରୁ ଭାଇଭଉଣୀ ଉଭୟ ଅଯୋଧ୍ୟା ଯାଇ ରାମଲାଲାଙ୍କୁ ଦର୍ଶନ କରିପାରନ୍ତି ।
ସୂତ୍ରର ପ୍ରକାଶଯେ ଆମେଠି ଏବଂ ରାୟବରେଲି ପ୍ରତିଦ୍ବନ୍ଦିତା କରିବା ପୂର୍ବରୁ ରାହୁଲ ଓ ପ୍ରିୟଙ୍କା ଅଯୋଧ୍ୟା ଯାଇପାରନ୍ତି । ସେଠାରେ ସେମାନେ ରାମଲାଲାଙ୍କୁ ଦର୍ଶନ କରିବେ । କିନ୍ତୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ । ଜଣେ ବରିଷ୍ଠ କଂଗ୍ରେସ ନେତା ସଙ୍କେତ ଦେଇଛନ୍ତି ଯେ ଯଦି ରାହୁଲ ଓ ପ୍ରିୟଙ୍କା ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ମେ’ ୧ ଏବଂ ୩ରେ ନାମାଙ୍କନ ହୋଇପାରେ ।