Pratidin TV

Odisha's Digital News Platform

ପନ୍ତଙ୍କ ଛକାରେ ଫାଟିଲା କ୍ୟାମରାମ୍ୟାନଙ୍କ ମୁଣ୍ଡ , ପରେ ଭିଡିଓ କରି କ୍ଷମା ମାଗିଲେ କ୍ରିକେଟର ..

1 min read

ଗତକାଲି ଆଇପିଏଲ୍‌ ରେ ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ମ୍ୟାଚ । ଖେଳାଯାଇଥଲା ମ୍ୟାଚ ରେ ରିଷଭ ପନ୍ତ ଦେଖାଇଥିଲେ ଦମଦାର ପ୍ରଦର୍ଶନ । ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ ଚମତ୍କାର ଇନିଂସ ଖେଳି ୪୩ ବଲରେ ୮୮ ରନ କରିଥିଲେ। ଏଥିରେ ୫ ଚୌକା ଓ ୮ ଛକା ମାରିଥିଲେ। ତେବେ ଋଷଭ ଖେଳୁଥିବା ବେଳେ କ୍ୟାମେରା ମ୍ୟାନଙ୍କ ଉପରେ ବଲ ଯାଇ ବାଜିଥିଲା ।

ଫଳରେ କ୍ୟାମରମ୍ୟାନ ଆହତ ହୋଇଥିଲେ । ତେବେ ପରେ ସେ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଛନ୍ତି। କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗୁଥିବା ଭିଡିଓ ଆଇପିଏଲର ଅଫିସିଆଲ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହି ସମୟରେ ପନ୍ତଙ୍କୁ ଦଳର ମୁଖ୍ୟ କୋଚ ରିକି ପଣ୍ଟିଂଙ୍କ ସହ ଦେଖିବାକୁ ମିଳିଥିଲା। ଭିଡିଓରେ ପନ୍ତ କ୍ୟାମେରାମ୍ୟାନଙ୍କୁ କ୍ଷମା ମାଗିଛନ୍ତି। ପନ୍ତ କ୍ୟାମେରା ମ୍ୟାନଙ୍କୁ କ୍ଷମା ମାଗିବା ସହିତ ତାଙ୍କର ଆରୋଗ୍ୟ କାମନା ମଧ୍ୟ କରିଥିଲେ ।ଭିଡିଓରେ ପନ୍ତ କହିଛନ୍ତି ଯେ, ଦେବାଶିଷ ଭାଇ… ମୁଁ ଦୁଃଖିତ । ଉଦ୍ଦେଶ୍ୟମୂଳକ ଭାବେ ମୁଁ ଏହା ମାରିନଥିଲି । ଭାବୁଛି ତୁମେ ଭଲ ଥିବ । ତେବେ ଭିଡିଓ କ୍ୟାପସନରେ ଲେଖାଯାଇଥିଲା, DC ବନାମ GT ମ୍ୟାଚ୍ ବେଳେ ଜଣେ କ୍ୟାମେରପର୍ସନ୍ ହିଟ୍ ହୋଇଥିଲେ । ଋଷଭଙ୍କ ତରଫରୁ ଏନେଇ ଏକ ବିଶେଷ ବାର୍ତ୍ତା ରହିଛି ।

Leave a Reply

Your email address will not be published. Required fields are marked *