Pratidin TV

Odisha's Digital News Platform

ଦିବ୍ୟାଙ୍ଗ ହେଲେ ବି ମାନିନଥିଲେ ହାର । ବିନା ହାତରେ କାର ଡ୍ରାଇଭିଂ କରି ହାତେଇଲେ ଡ୍ରାଇଭିଂ ଲାଇସେନ୍ସ …

1 min read

ଇଚ୍ଛାଶକ୍ତି ଆଗରେ ସବୁ ହାର ମାନେ ବୋଲି ସାବ୍ୟସ୍ତ କରିଦେଇଛନ୍ତି । ସବୁବେଳେ ସଫଳତା ପାଇଁ ପୂର୍ଣ୍ଣାଙ୍ଗ ମଣିଷ ଭାବେ ଜନ୍ମ ଗ୍ରହଣ କରିବା ଜରୁରୀ ନୁହେଁ । ସଫଳତା ଅଙ୍ଗ ନୁହେଁ ବରଂ ମନୋବଳରେ ଥାଏ ବୋଲି ପ୍ରମାଣ କରିଦେଖାଇଛନ୍ତି । ଭଗବାନ ସିନା ତାଙ୍କୁ ଶାରିରୀକ ଭାବରେ ଅକ୍ଷମ କରିଛନ୍ତି, କିନ୍ତୁ ସେମାନେ ନିଜ ଶକ୍ତି ବଳରେ ଜୀବନକୁ ପୂର୍ଣ୍ଣ କରିଦେଇଛନ୍ତି । ଆଜି ବିନା ହାତରେ ଡ୍ରାଇଭିଂ କରି ସାଉଣ୍ଟୁଛନ୍ତି ପ୍ରଶଂସା । ହାତ ନାହିଁ ହେଲେ ଗୋଡରେ ଅତି ଅଭିଜ୍ଞତାରେ ସହିତ ଡ୍ରାଇଭଂ କରୁଛନ୍ତି । ତେବେ ତାଙ୍କୁ ତାଙ୍କ ଡ୍ରାଇଭିଂ ଦକ୍ଷତା ପାଇଁ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ମିଳିଛି । ଗୋଟିଏ ଗୋଡରେ ଷ୍ଟିୟରିଂ ହ୍ୱିଲ ଏବଂ ଅନ୍ୟ ଗୋଡରେ କ୍ଲଚ ବ୍ରେକ ଏବଂ ଏକ୍ସଲେଟରକୁ କଣ୍ଟ୍ରୋଲ କରୁଛନ୍ତି ।

ନିଜର ଅକ୍ଷମତା କୁ ଏଡାଇ ଆଜି ସବୁ ଅସମ୍ଭବକୁ ସମ୍ଭବ କରିଦେଇଛନ୍ତି । ତାଙ୍କର ଏ କଳା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏହି ଯୁବତୀଙ୍କ ନା ଁ ହେଉଛି ଜିଲୋମାଲ ମାରିଏଟ୍ ଥୋମାସ୍ । ମ୍ୟାରିଅଟ ପେସାରେ ଜଣେ ଗ୍ରାଫିକ୍ସ ଡିଜାଇନର । ତେବେ ସେ ଥେଲିଡୋମାଇଟ ସିଣ୍ଡ୍ରୋମରେ ପୀଡିତ ଥିବା କାରଣରୁ ହାତର ବିକାଶ ସେଭଳି ହୋଇପାରିନଥିଲା । ତେବେ ଛୋଟବେଳୁ ମ୍ୟାରିଅଟଙ୍କର କାର ଚଳାଇବା ପାଇଁ ଇଚ୍ଛା ଥିଲା । ତେଣୁ ଗ୍ରାଫିକ୍ସ ଡିଜାଇନିଂ ସହ କାର ଚଳାଇବା ଆରମ୍ଭ କରିଥିଲେ ମ୍ୟାରିଅଟ । ପ୍ରଥମରୁ ତାଙ୍କୁ କାର ଚଳାଇବା ପାଇଁ ବେଶ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ଧୀରେ ଧୀରେ ଗୋଡରେ ଗାଡି ଚଳାଇବା ଆରମ୍ଭ କରିଥିଲେ ମ୍ୟାରିଅଟ । ଆଉ କିଛି ଦିନ ମଧ୍ୟରେ ଗୋଡରେ କାର ଚଳାଇବାରେ ପାରଙ୍ଗମ ହୋଇ ଯାଇଥିଲେ ମ୍ୟାରିଅଟ । ତେବେ ଯେତେବେଳେ ସେ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ଆରଟିଓ ଯାଇଥିଲେ ସେତେବେଳେ ଆରଟିଓ ପକ୍ଷରୁ ତାଙ୍କୁ ଲାଇସେନ୍ସ ଦେବାକୁ ଅନୁମତି ମିଳିନଥିଲା ।

Advertisement

ତେବେ କାର ଚଳାଇବା ପାଇଁ ଛୋଟବେଳୁ ଇଚ୍ଛା ରହିଥିବାରୁ ଆରଟିଓଙ୍କ ନିଷ୍ପତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ମ୍ୟାରିଅଟ । ଆଉ ହାଇକୋର୍ଟରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଗ୍ରୀନ୍ ସିଗନାଲ ମିଳିଥିଲା । ତେବେ ଏଥିପାଇଁ କୋର୍ଟରେ ତାଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ବିନା ହାତ କିମ୍ବା ଗୋଡରେ କଣ ଗାଡି ଚଳାଇ ହେବନି ବୋଲି କୋର୍ଟରେ ଯୁକ୍ତି ବାଢିଥିଲେ ମ୍ୟାରିଅଟ । ଏପରିକି କିଛି ବ୍ୟକ୍ତିଙ୍କର ଉଦାହରଣ ମଧ୍ୟ କୋର୍ଟ ସାମ୍ନାରେ ରଖିଥିଲେ ମ୍ୟାରିଅଟ । ଦେଶରେ ଦିବ୍ୟାଙ୍ଗ ପୁରୁଷ କାର ଚାଳକ ଥିବା ଅଷ୍ଟ୍ରେଲିଆରେ ଦିବ୍ୟାଙ୍ଗ ମହିଳା କାର ଚାଳକ ଥିବାର ଉଦାହରଣ ରଖିଥିଲେ ମ୍ୟାରିଅଟ । ଆଉ ଏହାପରେ କୋର୍ଟ ମ୍ୟାରିଅଟଙ୍କ ଆବେଦନକୁ ସ୍ୱୀକାର କରି ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଶେଷରେ ଲାଇସେନ୍ସ ପାଇବା ପରେ କାର କିଣିଥିଲେ ମ୍ୟାରିଅଟ । ଏହି କାରଟି ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କାର ରହିଥିଲା । ତେବେ ଏନେଇ ମ୍ୟାରିଅଟ କହିଥିଲେ, ଏହି କାରକୁ ଆରଟିଓଙ୍କ ଗାଇଡଲାଇନ ଅନୁଯାୟୀ ନିର୍ମାଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *