Pratidin TV

Odisha's Digital News Platform

ନକଲି ପାଇଲଟ୍ ସାଜି ଦେଉଥିଲେ ବାପା ମାଆଙ୍କୁ ଧୋକା , ବାନ୍ଧିଲା ପୋଲିସ୍ ..

1 min read

ବାପା ମାଆଙ୍କୁ ମିଛ କହି ପୁଅ ବନିଗଲା ପାଇଲେଟ୍ । ଅସଲି ନୁହେଁ ନକଲି । ନିଜକୁ ପାଇଲେଟ ବୋଲି କହି ବାପା ମାଆଙ୍କୁ ମିଛ କହୁଥିଲେ । ଏବେ ଏୟାରପୋର୍ଟରୁ ବାନ୍ଧିଲା ପୋଲିସ । ନୂଆଦିଲ୍ଲୀ ନୋଏଡା ଏୟାରଲାଇନ୍ସରୁ ଆସିଛି ଏପରି ଏକ ଖବର । ନୋଏଡା ସିଙ୍ଗାପୁର ଏୟାରଲାଇନ୍ସର ଜଣେ ନକଲି ପାଇଲଟଙ୍କୁ ଗିରଫ କରିଛି ପଲିସ । ଅଭିଯୁକ୍ତ ପାଇଲଟଙ୍କ ୟୁନିଫର୍ମରେ ମେଟ୍ରୋ ସ୍କାଏୱାଲ ଅଞ୍ଚଳରେ ବୁଲୁଥିଲେ । ସିଏସ୍‌ଏଫ୍ କର୍ମଚାରୀମାନେ ତାଙ୍କ ଉପରେ ସନ୍ଦେହ ପ୍ରକଟ କରିଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତ ତାଙ୍କ ପରିଚୟ ପତ୍ର ଦେଖାଇଥିଲେ ଯାହା ଯାଞ୍ଚ ସମୟରେ ନକଲି ବୋଲି ଜଣାପଡିଛି । ଅଭିଯୁକ୍ତ ହେଉଛନ୍ତି ଗୌତମବୁଦ୍ଧ ନଗରର ବାସିନ୍ଦା ସଂଗୀତ ସିଂ । ୨୪ ବର୍ଷୀୟ ଅଭିଯୁକ୍ତ ନିଜକୁ ପାଇଲଟ୍ ବୋଲି ପ୍ରମାଣ କରିବାକୁ ଏକ ନକଲି ଆଇଡି କାର୍ଡ ପାଇଥିଲେ । ସେ ଏକ ବ୍ୟବସାୟ କାର୍ଡ ନିର୍ମାତା ମାଧ୍ୟମରେ ନକଲି ଆଇଡି କାର୍ଡ ପ୍ରସ୍ତୁତ କରିଥିବା ସ୍ୱୀକାର କରିଛନ୍ତି । ଏହା ପରେ ଦିଲ୍ଲୀର ଦ୍ୱାରକା ସେକ୍ଟର-୯ରୁ ନକଲି ୟୁନିଫର୍ମ କିଣିଥିଲେ । ଅଭିଯୁକ୍ତ ଜଣକ ମୁମ୍ବାଇରୁ ୨୦୨୦ ମସିହାରେ ବର୍ଷିକିଆ ଏଭିଏସନ ହସ୍ପିଟାଲିଟି କୋର୍ସ ମଧ୍ୟ କରିସାରିଛନ୍ତି ।

Advertisement

ସେ ପରିବାର ଓ ସମ୍ପର୍କିୟଙ୍କୁ କହିଥିଲେ ସେ ସିଙ୍ଗାପୁର ଏୟାରଲାଇନ୍ସରେ ପାଇଲଟ ଭାବେ କାର୍ଯ୍ୟ କରୁଛନ୍ତି । ଅଭିଯୁକ୍ତ ଜଣଙ୍କୁ ପୋଲିସ ଗିରଫ କରି ଜେରା କରୁଛି । କିଛି ବର୍ଷ ପୂର୍ବେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ -୩ରୁ ଜଣେ ନକଲି ପାଇଲଟଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଅଭିଯୁକ୍ତ ନିଜକୁ ଜର୍ମାନ ବିମାନ କମ୍ପାନୀ ଲୁଫଥାନ୍ସା ଏୟାରଲାଇନ୍ସର ପାଇଲଟ୍ ବୋଲି ପରିଚୟ ଦେଇଥିଲା । କୋଲକାତା ଅଭିମୁଖେ ଯାତ୍ରା କରିବାକୁ ଯିବା ପୂର୍ବରୁ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ରାଜନ (୪୮), ବସନ୍ତ କୁଞ୍ଜ ପକେଟ୍ ସି କାକର ବାସିନ୍ଦା, ନକଲି ପାଇଲଟ୍ ଭାବରେ ୧୫ ଥର ଯାତ୍ରା କରିସାରିଛନ୍ତି ।

Leave a Reply

Your email address will not be published. Required fields are marked *