Pratidin TV

Odisha's Digital News Platform

ବିନା ହେଲମେଟ୍ ରେ ସ୍ପାଇଡର ମ୍ୟାନ ଚଲାଉଥିଲେ ବାଇକ୍ , ଗିରଫ କଲା ପୋଲିସ୍ ..

1 min read

ସୋଶିଆଲ ମିଡିଆରେ ଲାଇକ୍ ଆଉ କମେଣ୍ଟ ଏବଂ ଫଲୋର୍ସ ବଢେଇବାରେ ବ୍ୟସ୍ତ । ଫେମସ୍ ହେବା ପାଇଁ ଅନେକ ପ୍ରକାର ଫଣ୍ଡା ଆପଣଉଛନ୍ତି ୟୁଜର୍ସ । କେତେବେଳେ ରାସ୍ତା ମଝିରେ ପୁଣି ଟ୍ରାଫିକରେ ଡ୍ୟାନ୍ କରୁଛନ୍ତି । କେତେବେଳେ ମେଟ୍ରୋରେ ଗୀତ ଗାଇ ପୁଣି ବାଇକ୍ ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରି । ଏହି ବିପଦପୂର୍ଣ୍ଣ ଷ୍ଟଣ୍ଟ କରି ନିଜ ଜୀବନ ସହିତ ଅନ୍ୟର ଜୀବନକୁ ବି ବିପଦରେ ପକାଉଛନ୍ତି । ଆଜିକାଲି ସାରା ଦେଶରେ ରିଲ୍ସ ମାୟାରେ ବାୟା ।

ବେଳେବେଳେ ଏହି ନିଶା ଏତେବଢିଯାଏ ଯେ ଲୋକମାନେ , ନିୟମ ଏବଂ ଜୀବନ ପ୍ରତି ଧ୍ୟାନ ନ ଦେଇ ରିଲ୍ ତିଆରି କରିଥାନ୍ତି । ତେବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ରାସ୍ତାରେ ସ୍ପାଇଡ-ର୍ମ୍ୟାନ୍ ସାଜି ବାଇକ୍ ଚଳାଉଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ସ୍ପାଇଡର୍ ଓମେନ ସାଜି ବାଇକରେ ବିପଦପୂର୍ଣ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓ ପୋଷ୍ଟ ହେବା ପରେ ଖୁବ ଶୀଘ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ପୋଲିସ ଆକ୍ସନ୍ ମୋଡକୁ ଆସି ଉଭୟଙ୍କୁ ଖୋଜାକୋଜି କରିଥିଲା । ଏହା ପରେ ଉଭୟ ଖବର ମିଳିବା ଉଭୟଙ୍କୁ ଗିରଫ କରିଛି ।

Advertisement

ଉଭୟଙ୍କୁ ପଚରାଉଚରା କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ସ୍ପାଇଡର-ମ୍ୟାନଙ୍କ ନାମ ଆଦିତ୍ୟ ଏବଂ ତାଙ୍କ ଗର୍ଲଫ୍ରେଣ୍ଡର ନାମ ଅଞ୍ଜଲି । ଦୁହେଁ ରିଲ୍ ତିଆରି କରିବାରେ ଏତେ ବ୍ୟସ୍ତ ଥିଲେ ଯେ ବାଇକ୍ ରେ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବାବେଳେ ଉଭୟେ ହେଲମେଟ ପିନ୍ଧି ନଥିଲେ କିମ୍ବା ବାଇକ୍ ରେ ଦର୍ପଣ ମଧ୍ୟ ନଥିଲା । ଏହା ବ୍ୟତୀତ ବାଇକ୍ ରେ ଥିବା ନମ୍ବର ପ୍ଲେଟ୍ ମଧ୍ୟ ନିଖୋଜ ଥିଲା ଏବଂ ଲାଇସେନ୍ସ ନଥିଲା । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ମାମଲା ରୁଜୁ କରିଉଭୟଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *