Pratidin TV

Odisha's Digital News Platform

୯ ଟି ଦେଶ ଦେଇ ପ୍ରବାହିତ ହେଉଛି ଆମାଜନ ନଦୀ , ହେଲେ କାହିଁକି ନିର୍ମାଣ ହେଉନି ପୋଲ ..

1 min read

ଦୁନିଆର ସବୁଠାରୁ ବଡ ଜଙ୍ଗଲ ହେଉଛି ଆମାଜନ ଜଙ୍ଗଲ। ଯାହାକୁ ଦୁନିଆର ଅମ୍ଳଜାନ କେନ୍ଦ୍ର ବୋଲି କୁହାଯାଇଥାଏ । କେବଳ ଭଲ ବାତାବରଣ ନୁହେ ଏଠାରେ ସ୍ଵଛ ପାଣି ମଧ୍ୟ ମିଳିଥାଏ । ଏହି ଜଙ୍ଗଲ ଦେଇ ବୋହିଯାଇଥିବା ଅମଜାନ ନଦୀ କୌଣସି ଛୋଟ ମୋଟ ନଦୀ ନୁହେ ଏହାବି ସର୍ବବୃହତ ନଦୀ । ଦୁନିଆର ୯ଟି ଦେଶ ଦେଇ ଏହି ନଦୀ ପ୍ରବାହିତ ହେଉଛି । ଏହି ନଦୀ ଆଖପାଖରେ ୩ କୋଟିରୁ ବି ଅଧିକ ଲୋକ ବସବାସ କରନ୍ତି।

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଜି ପର୍ଯ୍ୟନ୍ତ ଏହି ଆମାଜନ ନଦୀ ଉପରେ ପୋଲ ତିଆରୀ ହୋଇପାରିନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି କାହିଁକି? କାହିଁକି ନଦୀ ଉପରେ ଏକ ପୋଲ ତିଆରି ହୋଇପାରୁନାହିଁ ? କଣ ଏଠାରେ ବସବାସ କରୁଥିବା ଲୋକଙ୍କୁ ପୋଲର କୌଣସି ଆବଶ୍ୟକତା ନାହିଁ ? ୩ କୋଟିରୁ ଅଧିକ ଲୋକ ନଦୀ ପାର ହେବା ପାଇଁ ଆଜି ପର୍ଯ୍ୟନ୍ତ ଡଙ୍ଗା ବ୍ୟବହାର କରୁଛନ୍ତି।ପୋଲ ନହେବା ପଛର ପ୍ରକୃତ କାରଣ ହେଉଛି ଏଠାକାର ପାଣିପାଗ।

Advertisement

ଯେତେବେଳେ ଆମାଜନରେ ବର୍ଷା ହୁଏ ସେତେବେଳେ ନଦୀର ଚଉଡ଼ା ୧୦ରୁ ୨୦ ଗୁଣ ଅଧିକ ବଢିଯାଏ। ଆଉ ଏହା ଅନୁମାନ କରିହୁଏନି କି ବର୍ଷା ହେଲେ ଏହା କେଉଁ ଆଡୁ ଏବଂ କେତେ ମାତ୍ରାରେ ଚଉଡ଼ା ହେବ ? ତା ସହିତ ବର୍ଷା ହେଲେ ନଦୀର କୂଳର ମାଟି ଅତ୍ୟନ୍ତ ନରମ ହୋଇଯାଏ ଯେ ଯଦି ଏହି ସମୟରେ ପୋଲ ତିଆରୀ ବି ହେଉଛି ତାହାଲେ ପୋଲ ଭାଙ୍ଗି ଯିବାର ସମ୍ଭାବନା ବହୁତ୍। ଯାହା ଲୋକଙ୍କ ଜୀବନ ପାଇଁ ମଧ୍ୟ ବିପଦ। ତେବେ ଅନ୍ୟ ଏକ କାରଣ ହେଉଛି ପୋଲ ହେବା ଦ୍ବାରା ଡଙ୍ଗା ଚାଳକଙ୍କ ରୋଜଗାର ଉପରେ ପ୍ରଭାବ ପଡିବା ସହିତ ଏଠାରେ ଲୋକଙ୍କ ଆବାଦୀ ଅଧିକ ହେବ ଏବଂ ନିଜ ବସବାସ ପାଇଁ ଲୋକମାନେ ଗଛ କାଟିବା ଆରମ୍ଭ କରିଦେବେ ଯାହା ଆମାଜନକୁ ହାନି ପହଁଞ୍ଚାଇବା ସହିତ ପୃଥିବୀପୃଷ୍ଠ ପାଇଁ ମଧ୍ୟ ବିପଦ ପରିସ୍ଥିତି ସୃଷ୍ଟି କରିପାରେ ।

Leave a Reply

Your email address will not be published. Required fields are marked *